ଆର୍ଯ୍ୟ ଡିଜାଇନ ଷ୍ଟୁଡିଓ ଏବଂ ଏ.ଭି.ଆର ଡିଜାଇନ ଆଣ୍ଡ କନଷ୍ଟ୍ରକସନର ଶୁଭାରମ୍ଭ

87

କନକ ବ୍ୟୁରୋ: ଓଡ଼ିଶାରେ ଆର୍କିଟେକ୍ଚର ଶିଳ୍ପରେ, ଆର୍ଯ୍ୟ ଡିଜାଇନ୍ ଷ୍ଟୁଡିଓ ଏବଂ ଏଭିଆର୍ ଡିଜାଇନ୍ ଆଣ୍ଡ କନଷ୍ଟ୍ରକ୍ସନ ସବୁବେଳେ ଆଗରେ ରହି ଆସିଛି। ଆଜି ଭୁବନେଶ୍ୱରର, ୟୁନିଟ୍-୪, ମଧୁସୂଦନ ନଗର, ପ୍ଲଟ ନମ୍ବର ୪୨ ଠାରେ ଏହି ଫାର୍ମର ଏକ ନୂତନ ଅଫିସର ଉଦଘାଟନ ହୋଇଛି । ଏହି ଷ୍ଟୁଡିଓ ସମସ୍ତ ପ୍ରମୁଖ ସେବା ଯୋଗାଉଛି । ଏହା ମଧ୍ୟରେ ରହିଛି ନୂଆ ଘର ନିର୍ମାଣ, ଇଣ୍ଟେରିୟର ଏବଂ ଏକ୍ସଟେରିୟର, ଜମି ସହ କଷ୍ଟମାଇଜ ପ୍ରପର୍ଟି ଏବଂ ମେଣ୍ଟେନାନ୍ସ ଓ ରିନୋଭେସନ ।

ଗ୍ରାହକମାନେ ବାସଗୃହ ନିର୍ମାଣ ଠାରୁ ଆରମ୍ଭ କରି ସମସ୍ତ ଆନୁଷଙ୍ଗିକ ସୁବିଧା ଗୋଟିଏ ଛାତ ତଳେ ପାଇପାରିବେ । ଏକ ପ୍ରଫେସନାଲ ସଂସ୍ଥା ଭାବେ ଲୋକଙ୍କ ବାସଗୃହ ନିର୍ମାଣର ବିଭିନ୍ନ ଦିଗକୁ ଧ୍ୟାନରେ ରଖି ସେବା ଯେଗାଣ କରାଯାଉଥିବା କମ୍ପାନି ପକ୍ଷରୁ କୁହାଯାଇଛି । ଲୋକମାନେ ଯେଭଳି ବିଶ୍ୱସ୍ତରୀୟ ଅନୁଭୂତି ଲାଭ କରିପାରିବେ ତାକୁ ମଧ୍ୟ ଧ୍ୟାନରେ ରଖାଯାଇଛି ବୋଲି ସଂସ୍ଥାର ନିର୍ଦେଶକ ଅଭିଜିତ ମହାନ୍ତି କହିଛନ୍ତି ।

ଏହି ଅବସରରେ ମୁଖ୍ୟ ଅତିଥି ଉର୍ମିଳା ମିଶ୍ର ତଥା ଉଡାନ୍ ଏକାଡେମୀର ଅଧ୍ୟକ୍ଷା କହିଥିଲେ ଯେ, କଳା ଓ କାରୁକାର୍ଯ୍ୟ କ୍ଷେତ୍ରରେ ଓଡିଶା ସର୍ବଦା ଆଗରେ ତେଣୁ ଆଶା କରୁଛି, ଏହି ଡିଜାଇନ୍ ଷ୍ଟୁଡିଓ ବହୁତ ଜଲଦି ରାଜଧାନୀରେ ଥିବା ସମସ୍ତ ବଡ଼ ବଡ଼ ପ୍ରୋଜେକ୍ଟକୁ ସୁନ୍ଦର ଭାବରେ ସଜାଇବ । ସେହିପରି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ ଯେ, ଅନ୍ୟ ରାଜ୍ୟ ଛାଡି ନିଜ ରାଜ୍ୟ ପାଇଁ କିଛି କରିବାକୁ ବାହାରିଥିବାରି ଏହି ସଂସ୍ଥା ସଫଳତାର ଶୀର୍ଷ ବହୁତ କମ୍ ଦିନରେ ନିଶ୍ଚିତ ଛୁଇଁବ।

ପୂର୍ବରୁ ଏହି ସଂସ୍ଥା ରାଜ୍ୟରେ ପ୍ରମୁଖ ପ୍ରୋଜେକ୍ଟ ସବୁ ଅତ୍ୟନ୍ତ ଗୁଣାତ୍ମକ ଓ ସୁନ୍ଦର ଭାବରେ ଶେଷ କରି ଏକ ପ୍ରତିଷ୍ଠିତ ଆର୍କିଟେକ୍ଚର ଫାର୍ମ ଭାବରେ ଖ୍ୟାତି ଅର୍ଜନ କରିଛି । ସେମାନଙ୍କ ମଧ୍ୟରେ ରହିଛି, ଭୁବନେଶ୍ୱର କ୍ଳବ୍, ସଫେରିସ୍କ ଇନ୍ସୁରାନ୍ସ ବ୍ରୋକର୍ସ, ହୋଟେଲ ଆର୍ଯ୍ୟ ପ୍ୟାଲେସ, ପ୍ରିଷ୍ଟିନ୍ ଗ୍ରିନ୍ ଓ ଆହୁରି ଅନେକ ପ୍ରୋଜେକ୍ଟ।

ଏହି କାର୍ଯ୍ୟକ୍ରମରେ ଗୁପ୍ତା ପାୱାରର ସିଏମଡି ମହେନ୍ଦ୍ର ଗୁପ୍ତା, ଭୁବନେଶ୍ୱର କ୍ଲବର ଜଏଣ୍ଟ ସେକ୍ରେଟାରୀ ଅଶୋକ ମିଶ୍ର, ୟୁସିସିଆଇର ସଭାପତି ବ୍ରହ୍ମା ମିଶ୍ର, ଏଏମଏସଡି ଇନଫ୍ରାର ଏମ.ଡି ଆଶିଷ ମହାନ୍ତି, ହୋଟେଲ ଆର୍ଯ୍ୟ ପ୍ୟାଲେସର ଏମ.ଡି କରୁଣାକର ମହାନ୍ତି, ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଅବସରପ୍ରାପ୍ତ ଅଧ୍ୟକ୍ଷ ଡାକ୍ତର କାଶୀ ମହାନ୍ତି ଏବଂ ସିଡିଏ ଅଧ୍ୟକ୍ଷ ଅନିଲ କୁମାର ସାମଲ ଉପସ୍ଥିତ ଥିଲେ । ତେବେ କେବଳ ଓଡିଶା ନୁହେଁ ବରଂ ରାଜ୍ୟ ବାହାରେ ତଥା ହାଇଦ୍ରାବାଦରେ ମଧ୍ୟ ଏହି ଫାର୍ମ ଲୋକଙ୍କୁ କମ୍ ପଇସାରେ ଗୁଣାତ୍ମକ ସେବା ଯୋଗାଇ ଆସୁଛି । ଆସନ୍ତା ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି ଫାର୍ମ ଦେଶରେ ଆଉ ୫ ରାଜ୍ୟରେ ନିଜର ଅଫିସ ଖୋଲିବାକୁ ଲକ୍ଷ୍ୟ ରଖିଛି।