ବର୍ଷ ଶେଷ ହେଇଗଲା: ଚାଲିଲାନି ବିରାଟଙ୍କ ବ୍ୟାଟ, ୨ ବର୍ଷ ହେବ ଶତକ ଅପେକ୍ଷାରେ ଫ୍ୟାନ 

109

କନକ ବ୍ୟୁରୋ: ବର୍ଷ ଶେଷ ହେଇଗଲା । ହେଲେ ଚଳିତ ବର୍ଷ ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ ପୂର୍ବବର୍ଷ ଗୁଡିକ ପରି ଚାଲିଲାନାହିଁ । ୨୦୨୧ ରେ ବିରାଟଙ୍କ ବ୍ୟାଟରୁ ଗୋଟିଏ ହେଲେ ମଧ୍ୟ ଶତକ ଦେଖିବାକୁ ପାଇଲେନି କ୍ରିକେଟ ପ୍ରେମୀ । ତେବେ ସେଂଚୁରିଆନ ଟେଷ୍ଟର ଉଭୟ ପାରିରେ ମଧ୍ୟ ଭାରତୀୟ ଷ୍ଟାର ବ୍ୟାଟସମ୍ୟାନ କୋହଲି ଫେଲ ହେଇଛନ୍ତି ।

ଚଳିତ ବର୍ଷ ୩ ଟି ଫରମାଟରେ ୨୪ ଟି ମ୍ୟାଚ ଖେଳି ବିରାଟ ୯୬୪ ରନ କରିବାକୁ ସକ୍ଷମ ହୋଇଛନ୍ତି । ତେବେ ଶେଷଥର ପାଇଁ ୨୦୧୯ ନଭେମ୍ବରରେ ବାଙ୍ଗଲାଦେଶ ବିପକ୍ଷରେ ବିରାଟଙ୍କ ବ୍ୟାଟରୁ ଶତକୀୟ ପାରି ଆସିଥିଲା । ଶତକ ମାଷ୍ଟର କୁହାଯାଉଥିବା ବିରାଟ ଆନ୍ତର୍ଜାତିକ କ୍ରିକେଟ ରେ ୭୦ ଟି ଶତକ କରିସାରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ପୁଣି କେବେ ବିରାଟଙ୍କ ବ୍ୟାଟ ଚାଲୁଛି । ଆଉ ବିରାଟଙ୍କ ବ୍ୟାଟ ୭୧ ତମ ଶତକ ଫ୍ୟାନଙ୍କୁ ଭେଟିଦେଉଛି ।