ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ: ଚତୁର୍ଥଦିନ ଖେଳ ଶେଷ, ବିଜୟ ପାଇଁ ଦକ୍ଷିଣ ଆଫ୍ରିକାକୁ ଦରକାର ୨୧୧ ରନ 

131

କନକ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ମ୍ୟାଚର ଚତୁର୍ଥଦିନର ଖେଳ ଶେଷ ହୋଇଛି । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୪ ୱିକେଟ ହରାଇ ୯୪ ରନ କରିଛି । ତେବେ ଜିତିବାକୁ ଦକ୍ଷିଣ ଆଫ୍ରିକାକୁ ଆଉ ୨୧୧ ରନର ଆବଶ୍ୟକତା ରହିଛି ।

ଏହି ମ୍ୟାଚରେ ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆଉ ଦୁଇ ଭାରତୀୟ ଓପନର ମଧ୍ୟ ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ । କେଏଲ ରାହୁଲଙ୍କ ଶତକ ଓ ମୟଙ୍କ ଅଗ୍ରୱାଲଙ୍କ ଅର୍ଦ୍ଧ ଶତକ ଦଳକୁ ଦୃଢ ସ୍ଥିତିରେ ପହଞ୍ଚାଇଥିଲା । ହେଲେ ଅନ୍ୟ ଭାରତୀୟ ଖେଳାଳିମାନେ ବିଫଳ ହୋଇଥିଲେ । ଫଳରେ ଭାରତ ପ୍ରଥମ ଇଂନିସରେ ୩୨୭ ରନ କରିଥିଲା ।

ସେହିପରି ଦକ୍ଷିଣ ଆଫ୍ରିକା ତାର ପ୍ରଥମ ଇଂନିସରେ ଖରାପ ପ୍ରଦର୍ଶନ କରିଥିଲା । ଦଳ ମାତ୍ର ୧୯୭ ରନରେ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ କେବଳ ବାଭୁମା ଅର୍ଦ୍ଧଶତକ ହାସଲ କରିଥିଲେ । ଭାରତ ମଧ୍ୟ ତାର ଦ୍ୱିତୀୟ ଇଂନିସରେ ଆଜି ବିଫଳ ହୋଇଛି । ମାତ୍ର ୧୭୪ ରନରେ ଦଳ ଅଲଆଉଟ ହୋଇଯାଇଥିଲା ।