ବିରାଟଙ୍କ ହାତ ଧରିବେ ଅନୁଷ୍କା ! ଭାରତ ବାହାରେ ବିବାହ ପାଇଁ ଚାଲିଛି ପ୍ରସ୍ତୁତି

41

ଭାରତୀୟ ଟିମ୍ କ୍ୟାପଟେନ ବିରାଟ କୋହଲି ଏବଂ ବଲିଉଡ ଚର୍ଚ୍ଚିତ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହ ହେବାକୁ ଯାଉଅଛି । ବିଶେଷ ସୂତ୍ରରୁ ପ୍ରକାଶ ଯେ ଏହି ଷ୍ଟାର ଭାରତ ବାହାରେ ବିବାହ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । କିଛି ଦିନ ପୂର୍ବରୁ ବ୍ୟକ୍ତିଗତ କାରଣରୁ କିକ୍ରେଟ କଂଟ୍ରୋଲ ବୋର୍ଡରୁ ଲମ୍ବା ଛୁଟି ମାଗିଥିଲେ । ସେବେଠାରୁ ଏହି ଦୁଇ ଯୋଡିଙ୍କର ବିବାହ ସମ୍ବନ୍ଧିତ ଆଲୋଚନା ଚାଲିଥିଲା , ମାତ୍ର ଅନୁଷ୍କା ଶର୍ମାଙ୍କ ପ୍ରବକ୍ତା ଏହି ଖବରର ଖଣ୍ଡନ କରିଛନ୍ତି ।

କିପରି ହେଉଛି ବିବାହ ପ୍ରସ୍ତୁତି –
ବିରାଟ କୋହଲି ଭାରତ ବାହାରେ ବିବାହ କରିବାକୁ ସ୍ଥିର କରିଛନ୍ତି । ଇଟାଲୀରେ ବିରାଟଙ୍କ ବିବାହ ହେବ ବୋଲି ଶୁଣିବାକୁ ମିଳିଛି । ଏପରିକି ସମ୍ବନ୍ଧୀୟ ଏବଂ ବନ୍ଧୁ ବାନ୍ଧବଙ୍କ ଟିକେଟ ମଧ୍ୟ ବୁକ୍ ହୋଇସାରିଲାଣି ବୋଲି ସୂତ୍ରରୁ ପ୍ରକାଶ ହୋଇଛି ଏବଂ ବିରାଟ ୭ଡିସେମ୍ବରରେ ଇଟାଲୀ ଯାତ୍ରା କରିବେ । ମାତ୍ର ଅନୁଷ୍କାଙ୍କ ପ୍ରବକ୍ତା ବିବାହ ସମ୍ବନ୍ଧିତ ଏହି ସବୁ ଚର୍ଚ୍ଚାକୁ ଅସ୍ୱୀକାର କରିଛନ୍ତି ।

ବନ୍ଧୁବାନ୍ଧବଙ୍କ ତାଲିକା –
ବିଶେଷ ସୂତ୍ର ଅନୁସାରେ ବିବାହର ଗ୍ରାଣ୍ଡ ଆୟୋଜନର ପ୍ରସ୍ତୁତି ଚାଲିଛି । କ୍ରିକେଟର, ବଲିଉଡ କଳାକାରଏବଂ ରାଜନୀତିଜ୍ଞ ଏହିଭଳି ଅନେକ ନାମିଦାମୀ ବ୍ୟକ୍ତି ଏହି ବିବାହରେ ଯୋଗ ଦେବେ ।

କେବେ ହେବ ବିବାହ-
ସୂତ୍ର ଅନୁସାରେ ଏହି ବିବାହ ଦୁଇ ପରିବାର ସହମତିରେ ହେଉଛି । ଅନେକ ଦିନ ଧରି ଏହି ଯୋଡି ରିଲେସନସିପରେ ଥିଲେ । ଯଦିଓ ସଠିକ ତାରିଖ ଏଯାଏଁ ନିର୍ଦ୍ଧାରିତ ହୋଇପାରିନାହିଁ କିନ୍ତୁ ୧୦,୧୧ କିମ୍ବା ୧୨ ଡିସେମ୍ବର ସୁଦ୍ଧା ନିୟମ ମୁତାବକ ବିବାହ ସମ୍ପାଦନ ହେବ ବୋଲି ଅନୁମାନ କରାଯାଉଛି ।