ଭାରତୀୟ କ୍ରିକେଟ ଟିମର ଚୟନକର୍ତ୍ତା ଦୌଡରେ ବିନୋଦ କାମ୍ବଲୀ, ଜାଣନ୍ତୁ ଏହି ତାଲିକାରେ ରହିଛି ଅନ୍ୟ କେଉଁମାନଙ୍କ ନାମ

820

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ଚୟନକର୍ତ୍ତା ତାଲିକାରେ ବିନୋଦ କାମ୍ବଲୀଙ୍କ ନାମ ପ୍ରଥମରେ ରହିଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ତାର ବିଭିନ୍ନ ପଦ ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୨୮ ତାରିଖରେ ସମାପ୍ତ କରିଛି । ଏପଟେ ଖୁବଶୀଘ୍ର ଭାରତୀୟ କ୍ରିକେଟ ଟିମର ଚୟନକର୍ତ୍ତାଙ୍କ ନାମ ଘୋଷଣା କରାଯିବ । ସୂଚନା ଥାଉକି କିଛିଦିନ ତଳେ ବିସିସିଆଇ ତରଫରୁ ଚେତନ ଶର୍ମାଙ୍କ ନେତୃତ୍ୱରେ ଥିବା ଚୟନକର୍ତ୍ତା ଟିମକୁ ଛୁଟି କରିଦେଇଛନ୍ତି ।

ଏହାପରେ ବିସିସିଆଇ ତରଫରୁ ଭାରତୀୟ ଟିମର ଚୟନକର୍ତ୍ତା ପଦ ପାଇଁ ଆବେଦନ ମାଗିଥିଲେ । ଏହାପରେ ସଲିଲ ଓଙ୍କଲା, ସମୀର ଦୀଘେ ଓ ବିନୋଦ କାମ୍ବଲୀ ଏହି ପଦପାଇଁ ଆବେଦନ କରିଥିଲେ । ସେପଟେ ଅଜିତ ଅଗରକର ଏହି ପଦ ପାଇଁ ଆବେଦନ କରିଛନ୍ତି କି, ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ସେପଟେ ଯଦି ଅଜିତ୍ ଅଗରକର ଆବେଦନ କରିଥିବେ ତେବେ ମୁଖ୍ୟ ଚୟନକର୍ତ୍ତା ଭାବେ ତାଙ୍କ ନାମ ଆଗରେ ରହିଛି । ସେପଟେ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଅନେକ ପୂର୍ବତନ ଖେଳାଳୀ ବରିଷ୍ଠ ଚୟନକର୍ତ୍ତା ପଦ ପାଇଁ ମଧ୍ୟ ଆବେଦନ କରିଛନ୍ତି । ଯାହା ମଧ୍ୟରେ ମନିନ୍ଦର ସିଂ, ଶିବ ସୁନ୍ଦର ଦାସଙ୍କ ନାମ ବି ରହିଛି ।

ଅନ୍ୟପଟେ ଏହି ପଦ ପାଇଁ ଆବେଦନ କରିଥିବା ପୂର୍ବତନ ଖେଳାଳୀଙ୍କ ଯୋଗ୍ୟତାକୁ ଯଦି ଦେଖାଯିବ ତେବେ ବିସିସିଆଇର ନିୟମ ମୁତାବକ ଜଣେ ମୁଖ୍ୟ ଚୟନକର୍ତ୍ତା ହେବା ପାଇଁ ସର୍ବନିମ୍ନ ୭ ଟି କିମ୍ବା ତା ଠାରୁ ଅଧିକ ଟେଷ୍ଟ ମ୍ୟାଚ ଖେଳିଥିବା ଆବଶ୍ୟକ । ଏହାସହ ଆଶାୟୀଙ୍କୁ ୩୦ ଟି ପ୍ରଥମଶ୍ରେଣୀ ମ୍ୟାଚ, ୧୦ ଟି ଏକ ଦିବସୀୟ ମ୍ୟାଚ ଖେଳିବା ସହ ୫ ବର୍ଷ ତଳୁ ନିଶ୍ଚିନ୍ତ ଅବସର ନେଇଥିବେ ।