କନକ ବ୍ୟୁରୋ: ପଦ୍ମପୁର ନିର୍ବାଚନୀ ପ୍ରଚାର ମୈଦାନକୁ ଓହ୍ଲାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପାଇକମାଳରୁ ବିଜେଡିକୁ କଲେ ସିଧା ଟାର୍ଗେଟ । ଚାଷୀଙ୍କୁ ଅବହେଳା, ମଣ୍ଡି ଅବବ୍ୟସ୍ଥା ନେଇ ବିଜେଡି ଉପରେ ବର୍ଷିଲେ ଧର୍ମେନ୍ଦ୍ର । କହିଲେ, ୨୨ ବର୍ଷ ଆପଣ ଶାସନ ରହିଲେ କିନ୍ତୁ ସବୁଥିରେ ବିଫଳତା ହିଁ ବିଫଳତା । ଯାହା ୨୨ ବର୍ଷରେ କରି ପାରି ନାହାନ୍ତି ତାକୁ ୧୮ ମାସରେ ପଦ୍ମପୁରବାସୀଙ୍କୁ ପଇସାର ତାକତ ଦେଖାଉଛି ଶାସକ ଦଳ । ସହିଦ ମାଟିର ସନ୍ତାନଙ୍କୁୁ ଏମାନେ ଟଙ୍କାରେ କିଣିବାକୁ ଚାହୁଁଛନ୍ତି । କିନ୍ତୁ ସରକାରୀ କଳକୁ ପଦ୍ମପୁରବାସୀ ଜବାବ୍ ଦେବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆମେ ଚାହୁଁଛୁ ନିର୍ବାଚନ ପ୍ରସଙ୍ଗ ଉପରେ ହେଉ ତେଣୁ ମୁଁ ହାତରେ ଓଡ଼ିଶା ସରକାରଙ୍କ ବିଫଳତାର ଫର୍ଦ୍ଦ ଫର୍ଦ୍ଦ ଧରିକି ଆସିଛି । ମୋଦି କେନ୍ଦ୍ରରୁ ଧାନକିଣାର ପଇସା ଦେଉଥିଲେ ହେଲେ ନବୀନ ବାବୁଙ୍କ ସରକାର ପୁଞ୍ଜିପତିଙ୍କ ସହ ମିଶି ତାକୁ ହଳ କରିଦେଲେ । ଆଜି ଯାଏଁ ମୁଖ୍ୟମନ୍ତ୍ରୀ ଜୀ- ଓଡ଼ିଶାର ଧାନକିଣା କଥା ମୋଦିଙ୍କୁ କହିବାର ମୁଁ କେବେ ଦେଖିନି କି ଶୁଣିନି ବରଂ ଖାଲି ଲୋକ ଦେଖାଣିଆ କହି ଚାଲିଛନ୍ତି ବୋଲି କହି ନବୀନଙ୍କୁ କଟାକ୍ଷ କରିଛନ୍ତି ଧର୍ମେନ୍ଦ୍ର । ନବୀନ ବାବୁ ଆପଣ ବଡ଼ ଲୋକ, ଆପଣ ମୁହଁରେ ସୁନା ଚାମଚ ନେଇ ଜନ୍ମ ହୋଇଛନ୍ତି ତେଣୁ ଗରିବ କଥା ବୁଝିବେ କ’ଣ ?
ଶାସକ ଦଳ ମିଲର ମାଲିକଙ୍କ ସହ ମଧୂଚନ୍ଦ୍ରିକା କରି ଧାନ ପଇସା ଖାଇଯାଉଛନ୍ତି । ଏଥର ପ୍ରଦୀପ ପୁରୋହିତ (କୁନା ବାବୁ) ପଦ୍ମପୁରରୁ ବିଧାନସଭା ଯିବେ ସବୁର ହିସାବ ମାଗିବେ । ଏ ମଣ୍ଡି ପାଇଁ ତ ମୋଦି ପଇସା ଦେଇଥିଲେ କୁଆଡେ ଗଲା ହିସାବ ଦିଅନ୍ତୁ । ଯଦି ନଦେଇ ପାରିବେ ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ ସବୁର ସମୟ ଆସିବ ହିସାବ ହେବ ବୋଲି କଡ଼ା ଟିପ୍ପଣୀ ଦେଇଛନ୍ତି ଧର୍ମେନ୍ଦ୍ର । ଏପରିକି ବିଜେଡି ସରକାର ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ମଧ୍ୟ ଟାର୍ଗେଟ କରି ଧର୍ମେନ୍ଦ୍ର କହିଛନ୍ତି କି, ସ୍ୱାସ୍ଥ୍ୟ ବିଭାଗ ପଛେ ଉବୁଟୁବୁ ହେଉ କିନ୍ତୁ ମନ୍ତ୍ରୀ ତାଙ୍କ କାନ୍ଧରେ ଟଙ୍କା ମୁଣି ପକାଇ ପଦ୍ମପୁରରେ ଡେରା ପକାଇଛନ୍ତି । ଯେଉଁ ମନ୍ତ୍ରୀ ଜାନକୀ ବାବୁଙ୍କ ସମୟରେ ଏକ ନମ୍ବର ମନ୍ତ୍ରୀ ଥିଲେ ପରେ ତାଙ୍କ ସରକାରକୁ ଡୁବାଇଥିଲେ ଏବେ ନବୀନ ବାବୁଙ୍କ ଗୁଡ୍ ବୁକରେ ରହିବାକୁ ଚାହୁଁଛନ୍ତି । ତେଣୁ ଆଗକୁ ନବୀନ ବାବୁଙ୍କ ସରକାର ଡୁବିବାର ସମୟ ଆସିଗଲା ବୋଲି କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ପ୍ରଦୀପ ପୁରୋହିତଙ୍କ ପ୍ରଶଂସା କରି ଧର୍ମେନ୍ଦ୍ର କହିଛନ୍ତି, ଧାନ, ମୋଦି ଆପଣଙ୍କୁ ପଦ୍ମପୁର ପାଇଁ ମନୋନୀତ କଲେ, ନଡ୍ଡା ଜୀ ଦସ୍ତଖତ କରି ଆପଣଙ୍କୁ ଟିକେଟ୍ ଦେଲେ । ଆପଣ କୃଷକ ଆନ୍ଦୋଳନରୁ ନିର୍ବାଚନକୁ ଆସିଛନ୍ତି ତେଣୁ ଚାଷୀଙ୍କ କଥା ଆପଣଙ୍କଠୁ କେହି ଭଲ ବୁଝିପାରିବେ ନାହିଁ । ଆମ ହଳିଆ କୁନା ପୁରୋହିତ, ଆମର ଗୁତି ହେଲେ କୁନା ପୁରୋହିତ ତେଣୁ ଆପଣମାନଙ୍କ ହାତରେ ଏବେ ଆମେ ଜଣେ ହଳିଆକୁ ଛାଡ଼ିଲୁ ନିଷ୍ପତ୍ତି ପଦ୍ମପୁରବାସୀ ନେବେ ।