ଭୁବନେଶ୍ୱରରେ ୧୫ ଟି ସ୍ଥାନରେ ଜଳସେବା କେନ୍ଦ୍ର ଆରମ୍ଭ କଲା ବେଦାନ୍ତ, ୧୫ ଦିନ ପାଇଁ ଲୋକଙ୍କୁ ମିଳିବ ଥଣ୍ଡା ପାଣି

73

କନକ ବ୍ୟୁରୋ : ଅସହ୍ୟ ଗରମ ସାଂଗକୁ ଗୁଳୁଗୁଳି ଲୋକଙ୍କୁ ବେହାଲ କରିଛି । ରାଜଧାନୀରେ ତାପମାତ୍ରା ଏତେ ବୃଦ୍ଧି ପାଇଛି ଯେ ପାଣିଟୋପେ ପାଇଁ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଏଭଳି ସ୍ଥଳେ ଭୁବନେଶ୍ୱର ମହାନଗର ନିଗମ ଓ ବେଦେନ୍ତର ମିଳିତ ପ୍ରୟାସରେ ରାଜଧାନୀର ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ଥଣ୍ଡା ପାନୀୟ ଜଳ, ଲେମ୍ବୁପାଣି ଓ ଦହି ପାଣି ଦେବାର ବ୍ୟବସ୍ଥା କରାଯାଇଛି । ଏନେଇ ବେଦାନ୍ତ ପକ୍ଷରୁ ଦୁଇଟି ବେସରକାରୀ ସେବା ସଂସ୍ଥା ଅଟୋ ମହାସଂଘ ଓ ଦିଶାକୁ ଏହି ଦାୟୀତ୍ୱ ସମ୍ପର୍ଣ୍ଣ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବେଦାନ୍ତର ସଭାପତି ଡ. ତପନ ଚାନ୍ଦ ଉପସ୍ଥିତ ଥିଲେ । ଏଥିରେ କୁହାଯାଇଛି କି, ସକାଳ ୯ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ୧୫ ଦିନ ପାଇଁ ଲୋକମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ । ଏହସହ ଭୁବନେଶ୍ୱରର ୧୫ ଟି ସ୍ଥାନରେ ଏଭଳି ସୁବିଧା ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବେଦାନ୍ତ ଆଲୁମିନିୟମର ସିଇଓ ରାହୁଲ ଶର୍ମା ଯୋଗଦେଇ ବୃକ୍ଷରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟପାଳ ଭବନ ନିକଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଆ ସିନେତାରକା ସବ୍ୟସାଚୀ ମିଶ୍ର,ପଦ୍ମ ବିଭୂଷଣ ସୁଦର୍ଶନ ସାହୁ, ପଦ୍ମଶ୍ରୀ ପ୍ରଭାବକର ମହାରଣା ଉପସ୍ଥିତ ଥିଲେ ।

କହିରଖୁ କି ବେଦାନ୍ତ ତରଫରୁ ଏହି ସେବା ଯୋଗାଇ ଦେବା ପାଇଁ ଭୁବନେଶ୍ୱରର ୧୫ ସ୍ଥାନ ଚିହ୍ନଟ କରାଯାଇଛି । ସେଗୁଡିକ ମଧ୍ୟରେ ରହିଛି ବାଣୀବିହାର ଛକ, ନୟାପଲ୍ଲୀ ଛକ. ମାଷ୍ଟର କ୍ୟାଣ୍ଟିନ, ରବିନ୍ଦ୍ର ସଦନ, ଶ୍ରୀୟା ଟକିଜ ଛକ ଇତ୍ୟାଦି । ବେଦାନ୍ତ ପକ୍ଷରୁ ଏହି ୧୫ ଟି ସ୍ଥାନରେ ଭିନ୍ନ ଭିନ୍ନ ଲୋକମାନେ ଏହି ଜଳସେବା ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।