କନକ ନ୍ୟୁଜ୍ ହାତରେ ଲାଗିଲା ହନିଟ୍ରାପର ମାଷ୍ଟରମାଇଣ୍ଡ ଅର୍ଚ୍ଚନା ନାଗଙ୍କ ମେସେଞ୍ଜର ଚାଟ୍। ପ୍ରତିପତିଶାଳୀ ଲୋକଙ୍କୁ ଫସାଇବା ପାଇଁ କରୁଥିଲେ ବାହାନା…

2,295

କନକ ବ୍ୟୁରୋ: କନକ ନ୍ୟୁଜ୍ ହାତରେ ଲାଗିଲା ରାଜଧାନୀରେ ଚାଲିଥିବା ହନିଟ୍ରାପର ମାଷ୍ଟରମାଇଣ୍ଡ ଅର୍ଚ୍ଚନା ନାଗଙ୍କ ମେସେଞ୍ଜର ଚାଟ୍ । ଏହି ଚାଟରେ ରହିଛି ସେ କେମିତି ପ୍ରତିପତିଶାଳୀ ଲୋକଙ୍କୁ ଫସାଇବା ପାଇଁ ବିଭିନ୍ନ ପ୍ରକାରର ବାହାନା କରୁଥିଲେ । ଆଉ ସ୍ୱାମୀଙ୍କ ଅସୁସ୍ଥତାର ଫଟୋ ଛାଡି ଧନୀ ଲୋକଙ୍କ ସହିତ ସମ୍ପର୍କ ବଢ଼ାଇବା ପାଇଁ ଉଦ୍ୟମ କରୁଥିଲେ । ବଡ ବ୍ୟବସାୟୀର ପରିଚୟଦେଇ ଧନୀ ଓ ପ୍ରତିପତିଶାଳୀଙ୍କୁ ଟଙ୍କା ମାଗୁଥିଲେ । ଧିରେ ଧିରେ ସମ୍ପର୍କ ବଢ଼ାଉଥିଲେ । ସୁଯୋଗ ଦେଖି ଘରକୁ ଡାକୁଥିଲେ । ଘରକୁ ଖାଇବାକୁ ନିମନ୍ତ୍ରଣ କରୁଥିଲେ । ଆଉ ଯଦି ଧନୀ ବ୍ୟକ୍ତି ଜଣଙ୍କ ଅର୍ଚ୍ଚନାଙ୍କ ମାୟାଜାଲରେ ପଡି ଥରେ ଚାଲିଆସୁଥିଲେ ତାହେଲେ ସେଥିରୁ ମୁକୁଳିବା କଷ୍ଟକର ହୋଇପଡୁଥିଲା । ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ବଢ଼ାଇବାକୁ ପ୍ରଲୋଭିତ କରୁଥିଲେ । ଆଉ ଏଥିପାଇଁ ସମସ୍ତ ପ୍ରକାରର ସୁଯୋଗ ସୃଷ୍ଟି କରୁଥିଲେ । ଆଉ ସମ୍ପର୍କ ବଢ଼ିଯିବା ପରେ ସେମାନଙ୍କ ଅନ୍ତରଂଗ ମୁହୁର୍ତର ଫଟୋ ଓ ଭିଡିଓ ସୁଟିଂ କରି ନେଉଥିଲେ । ପରବର୍ତି ସମୟରେ ସେହି ଭିଡିଓ ଓ ଫଟୋକ ଦେଖାଇ ଆରମ୍ଭ କରୁଥିଲେ ବ୍ଲାକମେଲିଂ । ହେଲେ, କଳାହାଣ୍ଡିରୁ କେମିତି ଆସି କଳାସାମ୍ରାଜ୍ୟର ମାଲିକାଣୀ ବନିଥିଲେ ଅର୍ଚ୍ଚନା । ତାଙ୍କ ପଛରେ କାହାର ହାତ ରହିଛି । ପୁଲିସ ଜବତ କରିଥିବା ପେନଡ୍ରାଇଭ ଓ ମୋବାଇଲରେ କେଉଁ ବିଶିଷ୍ଟ ବ୍ୟକ୍ତିଙ୍କର ରହିଛି ଭିଡିଓ । ସାଧାରଣରେ ଏମିତି ଅନେକ ପ୍ରଶ୍ନ ଉଠିଛି । ହେଲେ ପୋଲିସର ନୀରବତା ସନ୍ଦେହକୁ ବଢ଼ାଇ ଦେଇଛି।