ଓଡ଼ିଶା ଏଜୁକେଶନ କନକ୍ଲେଭ ‘ଉତ୍କର୍ଷ’ ୨୦୨୩ : କାହିଁକି ଦେଲେ ଆଇଏଏସ ପରୀକ୍ଷା ? କ’ଣ କହିଲେ ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଥିବା ସତ୍ୟପ୍ରକାଶ ମିଶ୍ର

3,215

କନକ ବ୍ୟୁରୋ : ଓଡ଼ିଶା ଏଜୁକେଶନ କନକ୍ଲେଭ ‘ଉତ୍କର୍ଷ’ ୨୦୨୩ । ଯୋଗ ଦେଲେ ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଥିବା ସତ୍ୟପ୍ରକାଶ ମିଶ୍ର। ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଥିବା ସତ୍ୟପ୍ରକାଶ କହିଛନ୍ତି, ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ମୁଁ ପ୍ରଥମରୁ ସ୍ଥିର କରିଥିଲି । ଏକଥା ଭାବିଥିଲି ଯଦି ୟୁପିଏସସିରେ ସଫଳ ନହେଉଛି ତେବେ ସିଭିଲ ଇଞ୍ଜିନିୟରିଂ ଜରିଆରେ ରାଜ୍ୟ ସରକାରଙ୍କ ଅଧୀନରେ କାମ କରିପାରିବି । ସିଭିଲ ସର୍ଭିସରେ ଲୋକଙ୍କ ପାଇଁ କାମ କରିବାକୁ ଯେଉଁ ସୁଯୋଗ ମିଳେ ତାହା ଅନ୍ୟ କେଉଁଠି ଚାକିରିରେ ସେତେଟା ମିଳେନି ।

ଅଫିସ ଓ ବ୍ୟକ୍ତିଗତ ଜୀବନ ସମ୍ପୂର୍ଣ୍ଣ ଭିନ୍ନ । ଅଫିସରେ ଅଧିକାରୀ ଯେଉଁଭଳି ବ୍ୟବହାର କରନ୍ତି ତାହା ଘରେ କରିନଥାନ୍ତି । କାରଣ ଅଫିସର ବ୍ୟବସ୍ଥା ହିଁ କିଛି ସେମିତି । ଓଡ଼ିଶାର ପିଲା ପ୍ରଥମେ ନିଜ ଉପରେ ବିଶ୍ୱାସ ରଖନ୍ତୁ ଯେ, ସିଭିଲ ସର୍ଭିସ ପରୀକ୍ଷାରେ ପାସ୍ କରିପାରିବେ । ଯେତେ କମ ପ୍ରତିଶତ ନମ୍ବର ଥିଲେ ମଧ୍ୟ ଏଥିରେ ପାସ୍ ହୋଇପାରିବେ । ବିନା କୋଚିଂରେ ମଧ୍ୟ ୟୁପିଏସସି ପରୀକ୍ଷାରେ ପାସ୍ ହୋଇପାରିବେ । ସିଭିଲି ସର୍ଭିସରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ନେଇ ଫୋରମ କରନ୍ତୁ, ଯେଉଁମାନେ ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ଗାଇଡ କରିପାରିବେ ।