ଖୋଲୁଛି ଟ୍ରମ୍ପଙ୍କ ଘରେ ଚଢ଼ାଉ ରହସ୍ୟ । ହ୍ୱାଇଟ୍ହାଉସ ଛାଡିବାବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଯାଇଥିବା ଅଭିଯୋଗ ।

103

କନକ ବ୍ୟୁରୋ: ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଚଢଉର ରହସ୍ୟ ଖୋଲୁଛି । ଆଣବିକ ଅସ୍ତ୍ରଶସ୍ତ୍ର ସଂପର୍କିତ ଦସ୍ତାବିଜ୍ ଏଫ୍ବିଆଇର ଅଧିକାରୀମାନେ ଖୋଜୁଥିଲେ । ସେମାନେ ଏହି ଦସ୍ତାବିଜ୍ ପାଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

୨୦୨୧ ଜାନୁଆରୀରେ ଟ୍ରମ୍ପ ହ୍ୱାଇଟ୍ ହାଉସ୍ ଛାଡିବା ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ରେକର୍ଡ ତାଙ୍କ ସହ ନେଇ ଯାଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗରେ ଟ୍ରମ୍ପଙ୍କ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ପାମ୍ ବିଚ୍ରେ ଥିବା ଘର ମାର୍-ଏ-ଲାଗୋ ରିସର୍ଟରେ ଏଫ୍ବିଆଇ ପକ୍ଷରୁ ରେଡ୍ କରାଯାଇଥିଲା । ତାଙ୍କ ଘରେ ଚଢାଉ ହେଉଥିବା ନେଇ ନିଜେ ଟ୍ରମ୍ପ ସୂଚନା ଦେଇଥିଲେ । ଏଫ୍ବିଆଇର ଅଧିକାରୀମାନେ ଟ୍ରମ୍ପଙ୍କ ଘରୁ ପ୍ରାୟ ୧୦ଟି ବାକ୍ସ ପାଇଛନ୍ତି ।