ଖୋଲିଲା ହୀରାକୁଦର ଆଉ ୪ ଗେଟ୍: ୨୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ, ତଳିଆ ଇଲାକାରେ ବନ୍ୟା ଭୟ

141

କନକ ବ୍ୟୁରୋ: ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ୍ ।୨୪ଟି ଗେଟ୍ ଦେଇ ବନ୍ୟଜଳ ନିଷ୍କାସିତ । ବର୍ତ୍ତମାନ ଜଳସ୍ତର ରହିଛି ୬୧୬.୯୧ ଫୁଟ । ପ୍ରବେଶ କରୁଛି ୪ଲକ୍ଷ ୩୫ ହଜାର ୩୦୩ କ୍ୟୁସେକ୍ ଜଳ ।ନିଷ୍କାସିତ ହେଉଛି ୩ ଲକ୍ଷ ୪୯ ହଜାର ୩୦୩ କ୍ୟୁସେକ୍ ଜଳ ।

ହୀରାକୁଦ ୨୦ଟି ଗେଟ୍ ଖୋଲିବା ପରେ ମହାନଦୀର ତଳମୁଣ୍ଡରେ ଜଳସ୍ତର ବଢ଼ିବାରେ ଲାଗିଛି । ଗତ କାଲି ଅପେକ୍ଷା ଆଜି ନରାଜ ନିକଟରେ ଜଳସ୍ତର ବୃଦ୍ଧି ପାଇଛି । ଲଘୁଚାପ ଜନିତ ବର୍ଷା ହେଲେ ଜଳସ୍ତର ଆହୁରି ବଢ଼ିବାର ଆଶଙ୍କା ରହିଛି । ଜଳସ୍ତର ବଢ଼ିଲେ ତଳିଆ ଅଂଚଳକୁ ବନ୍ୟା ବିପଦ ଥିବାରୁ ସଜାଗ ରହିବାକୁ କୁହାଯାଇଛି ।