ସଙ୍କଟରେ ଆମେରିକା-ୟୁରୋପ ବ୍ୟାଙ୍କ: ଚାଲିଯିବ ୩୬ହଜାର ଚାକିରି, ଭାରତ ଉପରେ କି ପ୍ରଭାବ ପଡିବ?

1,004

କନକ ବ୍ୟୁରୋ: ଆମେରିକା ଓ ୟୁରୋପରେ ଜଟିଳ ହେଉଛି ବ୍ୟାଙ୍କ ସେକ୍ଟରରେ ଦେଖାଯାଇଥିବା ସଙ୍କଟ । ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଆମେରିକା ଓ ୟୁରୋପ ଅନେକ ବଡ ବ୍ୟାଙ୍କ । ତେବେ ଏହାର ପ୍ରଭାବ ଆଗକୁ କଣ ପଡିବ ଏନେଇ ଚିତ୍ର ସ୍ପଷ୍ଟ ହୋଇନଥିବାବେଳେ ଏବେ ସ୍ୱିଜରଲ୍ୟାରଣ୍ଡର ସବୁଠୁ ବଡ ବ୍ୟାଙ୍କ କ୍ରେଡିଟ ସୁଇସ ଏବେ ୟୁବିଏସରେ ବିଲୟ ହେବାକୁ ଯାଉଛି । ଏହା ପରେ ହଜାର ସଂଖ୍ୟକ ଚାକିରି ଯିବା ଆଶଙ୍କା ମଧ୍ୟ ଦେଖାଦେଇଛି ।

ଆମେରିକାର ସିଲିକନ ଭ୍ୟାଲି ବ୍ୟାଙ୍କ ବୁଡିଯିବା ପରେ ଆର୍ଥିକ ମାନ୍ଦାବସ୍ଥା ରୋକିବା ପାଇଁ ପାଇଁ ମାର୍ଚ୍ଚ ୧୯ ତାରିଖରେ ସରକାର କ୍ରେଡିଟି ସୁଇସ ବ୍ୟାଙ୍କକୁ ଅଧିଗ୍ରହଣ ପାଥଁ ପଦକ୍ଷେପ ନେଇଛନ୍ତି ।

ସୂଚନା ଅନୁସାରେ ଏହି ବ୍ୟାଙ୍କରେ କାମ କରୁଥିବା ୨୦ରୁ ୩୦% କର୍ମଚାରୀଙ୍କ ଛଟେଇ ସମ୍ଭାବନା ରହିଛି । ଅର୍ଥାତ ୨୫ରୁ ୩୬ ହଜାର କର୍ମଚାରୀ ନିଜ ଚାକିରି ହରାଇବେ । କେବଳ ସ୍ୱିଜର୍ୟାଣ୍ଡରେ ୧୧ହଜାର କର୍ମଚାରୀଙ୍କ ଛଟେଇ ସୁନିଶ୍ଚିତ ହୋଇସାରିଛି । ବର୍ତମାନ ୟୁବିସିରେ ୭୨ ହଜାର ଓ କ୍ରେଡିଟ ସୁୀସ ବ୍ୟ।।ଙ୍କରେ ୫୦ ହଜାର କର୍ମଚାରୀ ରହିଛନ୍ତି ।

ସ୍ୱିଜରଲ୍ୟାଣ୍ଡର ସବୁଠୁ ବଡ ବ୍ୟାଙ୍କ ହେଉଛି ୟୁବିସି ଓ କ୍ରେଡିଟ ସୁଇସ ବ୍ୟାଙ୍କ । ଏହାକୁ ଗ୍ଲୋବ ସିଷ୍ଟମେଟିକ ଇମ୍ପୋଟାଂଟ ଫିନାସିଆଲ ବର୍ଗରେ ରଖାଯାଇଛି । ତେଣୁ ଦୁଇ ବ୍ୟାଙ୍କର କାରବାର ଏକାଠି କରି ଏହାକୁ ବୁଡିବାରୁ ବଂଚାଇବାକୁ ଚେଷ୍ଟା କରାଯାଉଛି ।

କ୍ରେଡିଟ ସୁଇସର ନିବେଶକ ସାଉଦି ନ୍ୟାଶନାଲ ବ୍ୟାଙ୍କ ଏଥିରେ ନିବେଶ କରିବାକୁ ମନା କରିବା ପରେ କ୍ରେଡିଟ ସୁଇସରେ ଆର୍ଥିକ ସଙ୍କଟ ଦେଖାଦେଇଛି । ୟୁରୋପ ବଜାରରେ ବ୍ୟାଙ୍କର ସେୟାର ହ୍ରାସ ପାଉଛି । କ୍ରେଡିଟ ସୁଇସ ସଂଚୟ ସଙ୍କଟକୁ ଟାଳିବା ପାଇଁ ସୁଇସ ନ୍ୟାସନାଲ ବ୍ୟାଙ୍କ ସହଯୋଗର ହାତ ବଢାଇଛି । ସୁଇସ ନ୍ୟାଶନାଲ ବ୍ୟାଙ୍କ ୫୪ ବିଲିୟନ ଡଲାର କାରବାର ପାଇଁ ଘୋଷଣା କରିଛି ।