କ୍ୟାପଟେନ୍ ଆହତ ହେବା ପରେ, କେକେଆରକୁ ଆଉ ଏକ ଝଟକା । ଆଇପିଏଲରୁ ବାଦ୍ ପଡିଲେ ଏହି ଅଲରାଉଣ୍ଡର ।

2,788

କନକ ବ୍ୟୁରୋ: କୋଲକାତା ନାଇଟ୍ ରାଇଡର୍ସ ପାଇଁ ଚଳିତ ଆଇପିଏଲ୍ ସିଜିନ୍ ଏଯାବତ୍ ସେତେ ଖାସ୍ ଯାଇନି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଦଳର କ୍ୟାପଟେନ୍ ଶ୍ରେୟାସ ଆୟାର ଆହତ ହୋଇ ଦଳରୁ ବାଦ୍ ପଡିଥିବାବେଳେ, ଏବେ ଦଳର ଆଉ ଜଣେ ଖେଳାଳି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ବାଂଲାଦେଶର ଦିଗଜ୍ଜ ଅଲରାଉଣ୍ଡର ସକିବ ଅଲ୍ ହାସନ୍ ବ୍ୟକ୍ତିଗତ କାରଣ ଦର୍ଶାଇ ଟୁର୍ଣ୍ଣାମେଣ୍ଟରୁ ନିଜ ନାଁ ହଟାଇ ଦେଇଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ଖେଳୁଥିବାବେଳେ, ଦଳର କ୍ୟାପଟେନ୍ ଶ୍ରେୟାସ ଆୟର ଆହତ ହୋଇଥିଲେ । ଯେଉଁ କାରଣରୁ ଟିମ୍ ମ୍ୟାନେଜମେଣ୍ଟ ନୀତିଶ ରାଣାଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିଲା । ତେବେ ଏହାର ପ୍ରଭାବ ମଧ୍ୟ ପ୍ରଥମ ମ୍ୟାଚରେ ଦେଖିବାକୁ ମିଳିଛି । ଦଳ ପଞ୍ଜାବ କିଙ୍ଗସ୍ ଠାରୁ ପ୍ରଥମ ମ୍ୟାଚରେ ହିଁ ପରାଜୟ ଭୋଗିଛି ।

ଅନ୍ୟପଟେ ଅନୁଭବୀ ବାଂଲାଦେଶ ଅଲରାଉଣ୍ଡର ସାକିବ୍ ଅଲ ହାସନ୍ ଟୁର୍ଣ୍ଣାମେଣ୍ଟରେ ନିଜ ନାଁ ଫେରେଇ ନେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ସାକିବ୍ ଅଲ୍ ହାସନ ହେଉଛନ୍ତି ଦ୍ୱିତୀୟ ବାଂଲାଦେଶୀ ଖେଳାଳି ଯିଏ ଟୁର୍ଣ୍ଣାମେଣ୍ଟରୁ ବାହାରିଛନ୍ତି, ତାଙ୍କ ପୂର୍ବରୁ ଲିଟନ୍ ଦାସ ମଧ୍ୟ ଆଇପିଏଲରୁ ଓହରିଥିଲେ । ସୂଚନାଯୋଗ୍ୟ ଯେ, କୋଲକାତା ନାଇଟ୍ ରାଇଡର୍ସ ଦେଢ କୋଟି ଟଙ୍କାରେ ସାକିବ୍ ଅଲ୍ ହାସନଙ୍କୁ ନିଜ ଦଳରେ ସାମିଲ କରିଥିଲା । ଏହା ପୂର୍ବରୁ ମଧ୍ୟ ସେ ଦଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିଲେ ।