ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ବଡ ଘୋଷଣା । ଲକଡାଉନ୍ ନିୟମ ଉଲ୍ଲଘଂନକାରୀଙ୍କ ମାମଲାକୁ ଉଠାଇ ନେବାକୁ ନିର୍ଦ୍ଦେଶ ।

148

କନକ ବ୍ୟୁରୋ: ଉତ୍ତରପ୍ରଦେଶ ସରକାରଙ୍କ ବଡ ଘୋଷଣା । ଲକଡାଉନ୍ ନିୟମ ଭାଙ୍ଗିବା ହେତୁ ଯେଉଁ ଲୋକଙ୍କ ଉପରେ ମାମଲା ଦାୟର ହୋଇଥିଲା ସେ ସବୁକୁ ଏବେ ଉଠାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ସରକାର । ଏହାଦ୍ୱାରା ପ୍ରାୟ ଅଢେଇ ଲକ୍ଷ ଲୋକ ଏବେ କୋର୍ଟ କଚେରୀ ଚକ୍କର କାଟିବାରୁ ମୁକ୍ତିପାଇବେ ବୋଲି ଜଣାପଡିଛି ।

କରୋନା ସଂକ୍ରମଣ ବଢିବା ପରେ ସାରା ଦେଶରେ ସରକାର ଲକଡାଉନ୍ ନିୟମ କଡାକଡି କରିଥିଲେ । ଯେଉଁମାନେ ଏହି ନିୟମ ମାନିନଥିଲେ, ସେମାନଙ୍କ ବିରୋଧରେ କଡା ପଦକ୍ଷେପ ଗ୍ରହଣ କରାଯିବା ସହିତ ମାମଲା ଦାୟର ହୋଇଥିଲା । ଏବେ କିନ୍ତୁ ଉତ୍ତରପ୍ରଦେଶର ଯୋଗୀ ସରକାର ଏହି ମାମଲା ସବୁକୁ ଉଠାଇ ନେବାକୁ ନିର୍ଦ୍ଦେଶ ଦେଇଛି । ଯାହାକୁ ଯୋଗୀ ସରକାରର ଏକ ବଡ ପଦକ୍ଷେପ ବୋଲି କୁହାଯାଉଛି ।

ଉତ୍ତର ପ୍ରଦେଶ ସରକାରଙ୍କ କହିବା ମୁତାବକ ଏହାଦ୍ୱାରା କୋର୍ଟର ବୋଝ ହ୍ରାସ ହେବ । ଏହାଦ୍ୱାରା କୋର୍ଟର ମୂଲ୍ୟବାନ ସମୟ ମଧ୍ୟ ବଞ୍ଚିବ । ଏହାକୁ ଆଖି ଆଗରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ରାଜ୍ୟ ଭାବେ ଲକଡାଉନ୍ ନିୟମ ଉଲ୍ଲଘଂନକାରୀଙ୍କ ମାମଲାକୁ ମାଫ୍ କରିଛି ଉତ୍ତରପ୍ରଦେଶ ।