ବାଇ-ଲ ପ୍ରସଙ୍ଗକୁ ନେଇ ସାଂସଦ ଅପରାଜିତା ଓ ଅନୁଭବଙ୍କ ଟ୍ୱିଟ୍ ଯୁଦ୍ଧ । ଅନୁଭବ ମହାନ୍ତିଙ୍କୁ ଜବାବ ଦେଲେ ଭୁବନେଶ୍ୱର ସାଂସଦ ।

918

କନକ ବ୍ୟୁରୋ: ସାଂସଦ ଅପରାଜିତା ଓ ଅନୁଭବଙ୍କ ଭିତରେ ଦେଖିବାକୁ ମିଳିଛି ଟ୍ୱିଟ ଯୁଦ୍ଧ । ବାଇ-ଲ ପ୍ରସଙ୍ଗକୁ ନେଇ ଦୁଇ ନେତା ଏବେ ଟ୍ୱିଟରରେ ମୁହାଁମୁହିଁ ହୋଇଛନ୍ତି । ଶନିବାର ବାଇ-ଲ ପ୍ରସଙ୍ଗକୁ ନେଇ ବିଜେଡି ନେତାମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଥିଲେ । ଏହାପରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଏହାକୁ ନେଇ ଏକ ଟ୍ୱିଟ୍ କରିଥିଲେ ।

ଟ୍ୱିଟ କରି ଅନୁଭବ ଲେଖିଥିଲେ ଯେ, ବାଇ-ଲ କଥାକୁ ନେଇ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାକୁ ସାଂସଦ ଅପରାଜିତାଙ୍କୁ ଡାକିଥିଲେ । କିନ୍ତୁ ସେ ସିଧାସଳଖ ଏଥିପାଇଁ ମନା କରିଦେଇଥିଲେ । ଅଣରାଜନୈତିକ ପ୍ରସଙ୍ଗରେ ବି ରାଜ୍ୟ ବିଜେପି ସହଯୋଗ କରୁନି କେନ୍ଦ୍ରାପଡା ସାଂସଦ ଟ୍ୱିଟ କରି ଲେଖିଥିଲେ ।

ଏହାପରେ ଏହି ଘଟଣାକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ସେହି ଟ୍ୱିଟରରେ ଜବାବ ଦେଇଛନ୍ତି । ବିନା କାରଣରେ କିଛି ବି ହୁଏ ନାହିଁ । ମୁଁ ଉଚିତ୍ ସମୟରେ ଜବାବ ଦେବି ,ଏଥିପାଇଁ ଦୟାକରି ଅପେକ୍ଷା କରିବାକୁ ସାଂସଦ ଅପରାଜିତା ଟ୍ୱିଟ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସୂଚନାଯୋଗ୍ୟ ଯେ, ବାଇ-ଲ ପ୍ରସଙ୍ଗକୁ ନେଇ ଏବେ ରାଜ୍ୟ ରାଜନୀତି ତାତିଛି । ପୁରୀ ପରି ଲିଙ୍ଗରାଜ ମନ୍ଦିରରୁ ମଧ୍ୟ ବାଇ-ଲ ଉଠାଇବାକୁ ଦାବି ହେଉଛି । ଏହାକୁ ନେଇ ଆଜି ବିଜେଡି ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି ।