ଦରଦାମ ବୃଦ୍ଧିକୁ ନେଇ ୧୫ ତାରିଖରେ କଂଗ୍ରେସର ଓଡିଶା ବନ୍ଦ ଡାକରା । ସକାଳ ୭ରୁ ଦିନ ୧ଟାଏ ଯାଏଁ କଂଗ୍ରେସ ପାଳିବ ଓଡିଶା ବନ୍ଦ

209

କନକ ବ୍ୟୁରୋ : ଦରଦାମ ବୃଦ୍ଧିକୁ ନେଇ ଆସନ୍ତା ୧୫ ତାରିଖରେ କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଛି । ସକାଳ ୭ରୁ ଦିନ ୧ଟାଏ ଯାଏଁ କଂଗ୍ରେସ ବନ୍ଦ ପାଳନ କରିବ । ଏହି ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ କରାଯିବ । ଦିନକୁ ଦିନ ଦେଶରେ ଦର ଦାମ ବୃଦ୍ଧି ପାଇବାରେ ଲାଗିଛି ଏହି ଉଦ୍ଦେଶ୍ୟରେ ୧୫ ତାରିଖରେ ରାଜ୍ୟରେ ବନ୍ଦ ଡାକରା ଦିଆଯାଇଛି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଆଜି କଂଗ୍ରେସ ଭବନ ଆଗରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି । ଏହାସହ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ନିରଞ୍ଜନ ପଟ୍ଟନାୟକ । କୋଟିଆ ପ୍ରସଙ୍ଗରେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଯୋଗୁଁ ରାଜ୍ୟର କ୍ଷତି ହେଉଛି ।

ସେହିପରି କାଳିଆ ଟଙ୍କା ପ୍ରସଙ୍ଗରେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି, କାଳିଆ କିସ୍ତି ପିଛା ପାଞ୍ଚ ହଜାର ମିଳୁଥିଲା । ଏବେ ୨ ହଜାର ଟଙ୍କା ଦେଉଛନ୍ତି ସରକାର । ଏହା ଓଡିଶା ଚାଷୀଙ୍କୁ ସମ୍ମାନ ନୁହେଁ । ଭୋଟ ପରେ ୭୫ ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା ଦେବେ କହି ଏବେ ୫୩ ଲକ୍ଷ ଚାଷୀଙ୍କୁ ଟଙ୍କା ଦେଉଛନ୍ତି ।