ରାଉରକେଲା ଇସ୍ପାତ କାରଖାନା ଆଗରେ ମିଳିତ ଶ୍ରମିକ ସଂଗଠନର ଆନ୍ଦୋଳନ । ସାରା ଦେଶରେ କର୍ମଚାରୀଙ୍କ ନୂତନ ମଞ୍ଜୁରୀ ଚୁକ୍ତିନାମା ଲାଗୁ କରିବାକୁ ଦାବି

46

କନକ ବ୍ୟୁରୋ : ରାଉରକେଲାରେ ମିଳିତ ଶ୍ରମିକ ସଂଗଠନ ତରଫରୁ ଆନ୍ଦୋଳନ । ସେଲ ଅଧିନରେ ଦେଶର ବିଭିନ୍ନ ଇସ୍ପାତ କାରଖାନାରେ କାର୍ଯ୍ୟ କରୁଥିିବା କର୍ମଚାରୀଙ୍କ ନୂତନ ମଞ୍ଜୁରୀ ଚୁକ୍ତିନାମାକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହିତ ପାଂଚ ଦଫା ଦାବିରେ ଏହି ଆନ୍ଦୋଳନ କରୁଛନ୍ତି । ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ରାଉରକେଲା ଇସ୍ପାତ କାରଖାନା ଗେଟ୍ ସମ୍ମୁଖ ବିସ୍ରା ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସିଟୁ, ଆରଏସଏସ, ଆରଏମଏସ, ଏୟୁଟୁୟୁସି, ଜିଏମଏମ, ଏଲପିଏଫ, ଏଆଇୟୁଟୁୟୁଆଇସି, ଶ୍ରମିକ ସଂଗଠନ ମିଳିତ ମଂଚ ପକ୍ଷରୁ ଏହି ଆନ୍ଦୋଳନ ଚାଲିଛି । ଇସ୍ପାତ କର୍ମିଚାରୀଙ୍କୁ ସମସ୍ତ ବକେୟା ଅର୍ଥ ପ୍ରଦାନ ପାଇଁ ଦାବି କରିଛନ୍ତି । ବୋନସ ନିୟମରେ ପରିବର୍ତନ ଓ ଠିକା ଶ୍ରମିକଙ୍କ ମଜୁରୀ ବୃଦ୍ଧି ଦାବିରେ ଏହି ଆନ୍ଦୋଳନ କରୁଛନ୍ତି ଶ୍ରମିକ ସଂଗଠନ ।