ଓମିକ୍ରନ ଭୟ ଭିତରେ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । କହିଲେ ସ୍ୱାସ୍ଥ୍ୟ ଭିତ୍ତିିଭୂମିକୁ ପ୍ରସ୍ତୁତ ରଖ ।

92

କନକ ବ୍ୟୁରୋ: ସାରା ଦେଶରେ ଓମିକ୍ରନ ସଂକ୍ରମଣ ବଢୁଛି । ୟୁରୋପ ଏବଂ ଆମେରିକାରେ ସଂକ୍ରମଣ ହୁ ହୁ ହୋଇ ବଢୁଛି । ଏହାକୁ ନେଇ କେନ୍ଦ୍ର ସରକାର ଚିନ୍ତାପ୍ରକଟ କରିଛନ୍ତି । ତେଣୁ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁୁ ଚିଠି ଲେଖି ସତର୍କ କରାଇଛି କେନ୍ଦ୍ର । ହସ୍ପିଟାଲରେ ବେଡ୍, ଅକ୍ସିଜେନ୍ ଓ ମେଡିସିନ୍ ମହଜୁଦ ରଖିବା ସହିତ ଶିଶୁ ଚିକିତ୍ସା କେନ୍ଦ୍ର ଉପରେ ଗୁରୁତ୍ୱ ଦେବାକୁ କହିଛି କେନ୍ଦ୍ର । ସଂକ୍ରମଣ ବୃଦ୍ଧି ପାଉଥିବା ଅଞ୍ଚଳରେ କଣ୍ଟନମେଣ୍ଟ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ପରାମର୍ଶ ଦେଇଛନ୍ତି ।

ଅନ୍ୟପଟେ କୌଣସି ବି ରାଜ୍ୟ ଓମିକ୍ରନର ପ୍ରଭାବରୁ ବର୍ତ୍ତିପାରିବେ ନାହିଁ । ଭାରତର କରୋନା ସଂଖ୍ୟାକୁ ବିଶ୍ଳେଷଣ କରୁଥିବା କେମ୍ବ୍ରିଜ ପ୍ରଫେସର୍ ଏଭଳି ବୟାନ ଦେଇଛନ୍ତି । ତେବେ ଆଗକୁ ୫ ରାଜ୍ୟରେ ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ଏହି ଆକଳନ କେତେ ଲୋକଙ୍କୁ ଓମିକ୍ରନ ସଂକ୍ରମିତ କରିବ, ସେନେଇ ସମସ୍ତଙ୍କୁ ଆଶଙ୍କା ଭିତରକୁ ଠେଲିଦେଲାଣି ।

୧୫ଟି ରାଜ୍ୟରେ ଏବେ ଓମିକ୍ରନର ପ୍ରଭାବ ଦେଖିବାକୁ ମିଳିଲାଣି । ବିହାର, ଛତିଶଗଡ, ଗୁଜୁରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଭଳି ୧୨ ରାଜ୍ୟରେ ଆର୍-ଭାଲ୍ୟୁ ୧.୨ ଅତିକ୍ରମ କରିସାରିଲାଣି । ଏପରିକି କିଛି ରାଜ୍ୟରେ ସଂକ୍ରମଣ ଦୁଇଗୁଣାରୁ ଅଧିକ ହୋଇସାରିଲାଣି । ଦେଶରେ ଏବେ କରୋନାର ଯେଉଁ ସଂଖ୍ୟା ଦେଖିବାକୁ ମିଳୁଛି, ତାହା ଓମିକ୍ରନର ଲହର୍ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।