ଦେଶରେ ଦରବୃଦ୍ଧିର ପ୍ରଭାବ । ଗାଁଠୁ ସହରରେ ଅଧିକ ଲୋକ ବେକାର । ଏପ୍ରିଲରେ ବେକାରି ହାର ୭.୮୩%

88

କନକ ବ୍ୟୁରୋ : ଦେଶରେ ଦରବୃଦ୍ଧିର ପ୍ରଭାବ । ଗାଁଠାରୁ ସହର ଅବସ୍ଥା ଅତି ଖରାପ । ଏପ୍ରିଲରେ ସହରରେ ବେକାରି ହାର ୯. ୨୨ ପ୍ରତିଶତ ରହିଥିବା ବେଳେ ଗାଁରେ ଏହା ୭.୧୮ ପ୍ରତିଶତ ରହିଛି । ସେହିପରି ଏପ୍ରିଲରେ ସାରା ଦେଶରେ ବେକାରି ହାର ୭.୮୩ ପ୍ରତିଶତ ରହିଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି ବା ସିଏମଆଇଆଇ ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି । ହରିୟାଣାରେ ବେକାରି ହାର ସର୍ବାଧିକ ରହିଛି ।

ଏଠାରେ ୩୪.୫ ପ୍ରତିଶତ ବେକାରି ରହିଥିବା ବେଳେ ରାଜସ୍ଥାନରେ ୨୮.୮ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ବେକାରି ରହିଛି । ସେହିପରି ଓଡିଶାର ବେକାରି ହାର ୧.୫ ପ୍ରତିଶତ ରହିଥିବା ବେଳେ ଏହା ତଳକୁ ଆସାମ ୧.୨ ପ୍ରତିଶତ, ଛତିଶଗଡରେ ୦.୬ ପ୍ରତିଶତ ଏବଂ ହିମାଚଳ ପ୍ରଦେଶରେ ୦.୨ ପ୍ରତିଶତ ବେକାରି ରହିଛି । ମାର୍ଚ୍ଚରେ ସହରରେ ବେକାରି ହାର ୮.୨୮ ପ୍ରତିଶତ ରହିଥିବା ବେଳେ ଏପ୍ରିଲରେ ଏହା ୯.୨୨ ପ୍ରତିଶତ ରହିଥିଲା । ସେହିପିରା ମାର୍ଚ୍ଚରେ ଗାଁରେ ବେକାରି ହାର ୭.୨୯ ପ୍ରତିଶତ ଥିବା ବେଳେ ଏପ୍ରିଲରେ ଏହା ୭.୧୮ ପ୍ରତିଶତ ରହିଛି ।