ହକି ପ୍ରେମୀଙ୍କ ପାଇଁ ଖୁସିଖବର ! ଦୁଇଦିନ ହେବ ଉଦଘାଟନୀ ଉତ୍ସବ, ଅନଲାଇନରେ ବିକ୍ରି ହେବ ସମସ୍ତ ଟିକେଟ । ରହିବନି କୌଣସି ପାସ୍ ବ୍ୟବସ୍ଥା 

୨୭ ତାରିଖ ଉଦଘାଟନୀ ଉତ୍ସବ ପାଇଁ ମୋଟ ୧୦୦୦୦ ହଜାର ଟିକେଟ ବିକ୍ରି କରାଯିବାକୁ ଥିବା ବେଳେ ୨୮ ତାରିଖ ପାଇଁ ୩୦୦୦୦ ହଜାର ଟିକେଟ ଅନଲାଇନରେ ବିକ୍ରି କରାଯିବ

215

କନକ ବ୍ୟୁରୋ : ଓଡିଶାରେ ଏବେ ହକି ଫିଭର । ହକି ବିଶ୍ୱକପକୁ ନେଇ ଲୋକଙ୍କ ଭିତରେ ଜବରଦସ୍ତ କ୍ରେଜ ରହିଛି । ଖାସକରି ଉଦଘାଟନୀ ମ୍ୟାଚରେ ଶାହାରୁଖ ଓ ଏ.ଆର ରେହମାନ ଆସୁଥିବାରୁ ଦର୍ଶକ ମଧ୍ୟ ଏହାକୁ ଉପଭୋଗ କରିବାକୁ  ଚାହିଁ ବସିଛନ୍ତି । ତେବେ ଉଦଘାଟନୀ ଉତ୍ସବର ଟିକେଟ ପାଇଁ ଗତକାଲି ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ତାହାକୁ ଏଡାଇବାକୁ ଯାଇ ଉଦଘାଟନୀ ଉତ୍ସବର ସମସ୍ତ ଟିକେଟକୁ ଅନଲାଇନ ମାଧ୍ୟମରେ ବିକ୍ରି କରିବାକୁ ନିଷ୍ପତି ନିଆଯାଇଛି । ଅର୍ନ୍ତଜାତୀୟ ହକି ଫେଡରରେସନର ସଭାପତି ନରିନ୍ଦର ବାତ୍ରା ଏନେଇ ଆଜି ସୂଚନା ଦେଇଛନ୍ତି ।

ହକି ବିଶ୍ୱକପ ପାଇଁ ୨୭ ଓ ୨୮ ତାରିଖ ଦୁଇ ଦିନ ଉଦଘାଟନୀ ଉତ୍ସବ ହେବ । ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ହେବାକୁ ଥିବା ବେଳେ ୨୮ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଏହା ଅନୁଷ୍ଠିତ ହେବ । ଉଦଘାଟନୀ ଉତ୍ସବ ପାଇଁ ସମସ୍ତ ଟିକେଟ ଅନଲାଇନ ମାଧ୍ୟମରେ ବିକ୍ରି ହେବ । ଅଫଲାଇନରେ କୌଣସି ଟିକେଟ ବିକ୍ରି କରାଯିବ ନାହିଁ । ୨୭ ତାରିଖ ଉଦଘାଟନୀ ଉତ୍ସବ ପାଇଁ ମୋଟ ୧୦୦୦୦ ହଜାର ଟିକେଟ ବିକ୍ରି କରାଯିବାକୁ ଥିବା ବେଳେ ୨୮ ତାରିଖ ପାଇଁ ୩୦୦୦୦ ହଜାର ଟିକେଟ ଅନଲାଇନରେ ବିକ୍ରି କରାଯିବ । ତେବେ ଉଦଘାଟନୀ ଉତ୍ସବରେ କୌଣସି ପାସ୍ ବ୍ୟବସ୍ଥା ରହିବ ରହିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

ଉଦଘାଟନୀ ମ୍ୟାଚର ଟିକେଟ ହକିପ୍ରେମୀ www.ticketgenie.in ସାଇଟରେ ପାଇପାରିବେ । ଟିକେଟ ବିକ୍ରି ହେବାର ୪୮ ଘଣ୍ଟା ପୂର୍ବରୁ ଏନେଇ ସୂଚନା ଦିଆଯିବ । ସଚିବାଳୟରେ ବସିଥିବା ବୈଠକରେ ଏନେଇ ନିଷ୍ପତି ନିଆଯାଇଛି । ଏହାଛଡା ହକି ବିଶ୍ୱକପ ସମୟରେ ସହରର ଟ୍ରାଫିକ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା କରାଯାଇଛି ।