ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାମୀଙ୍କ ପ୍ରେମିକାକୁ ମାଡ ଘଟଣାରେ ନୂଆ ମୋଡ : ଥାନାରେ ଏତଲା ଦେଲେ ଯୁବତୀ

42

କନକ ବ୍ୟୁରୋ : ୧୬ ଅଗଷ୍ଟ ୨୦୧୭ । ସ୍ଥାନ ଭୁବନେଶ୍ୱର ବିମାନବନ୍ଦର । ସମୟ ପ୍ରାୟ ଦିନ ୨ଟା ହେବ । ଜଣେ ମହିଳାଙ୍କୁ ଆଉ ଜଣେ ମହିଳା ଚାପୁଡା ପରେ, ଚାପୁଡା ମାରି ଚାଲିଛନ୍ତି । କେତେବେଳେ ଚପଲ ତ ପୁଣି କେତେବେଳେ ଚୁଟିକୁ ଟାଣି ଧରି ମୁହଁକୁ ମୁଥ ମାରୁଛନ୍ତି । ଭିଡିଓରେ ଥିଲେ ୩ଟି ଚରିତ୍ର । ୨ ଜଣ ମହିଳା ଓ ଜଣେ ପୁରୁଷ । ବାଙ୍ଗାଲୁରୁରୁ ଫ୍ଲାଇଟରେ ଏହି ବ୍ୟକ୍ତି ଓ ଯୁବତୀ ଜଣକ ଓହ୍ଲାଇବା ପରେ, ବକ୍ତିଙ୍କ ପତ୍ନୀ ସିଧା ଆକ୍ରମଣ କରିଥିଲେ । ଅଭିଯୋଗ କଲେ, ତାଙ୍କ ସ୍ୱାମୀଙ୍କ ସହ ଏହି ମହିଳାଙ୍କ ସଂପର୍କ ରହିଛି ।

ସେପଟେ ପରେ ପୁଣି ଘଟଣାଟି ଆଉ ଏକ ମୋଡ ନେଲା । ମହିଳାଙ୍କ ସ୍ୱାମୀ ବି ତାଙ୍କ ସ୍ତ୍ରୀଙ୍କ ନାଁରେ ଥାନେରେ ଅଭିଯୋଗ ଆଣିଲେ । କହିଛନ୍ତି କିଭଳି ଜଣେ ସ୍ଥାନୀୟ ରାଜନେତାଙ୍କ ସହ ମିଶି ତାଙ୍କ ପତ୍ନୀ ତାଙ୍କୁ ମାଡ ମାରିବା ସହ ସମସ୍ତ ଜିନିଷ ପତ୍ର ଲୁଟିନିଲେ । ଆଉ ବେଶ୍ କିଛି ସମୟ ଧରି ଆଖିରେ ଗାମୁଛା ବାନ୍ଧି ରାଜଧାନୀର ବିଭିନ୍ନ ସ୍ଥାନରେ ବୁଲାଇବା ସହ ମୁଣ୍ଡରେ ବନ୍ଧୁକ ଲଗାଇ ଜୀବନରୁ ମାରିଦେବାକୁ ଧମକ ଦେଲେ ।

ଗତ ୧୬ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ହଠାତ ଗହଳି ଜମି ଯାଇଥିଲା ଏବଂ ଦେଖିବାକୁ ମିଳିଲା ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହ ଥିବା ଆଉ ଜଣେ ମହିଳାଙ୍କୁ ପ୍ରବଳ ଉତ୍ତେଜିତ ହୋଇ ମାଡ ମାରିଲେ ଓ ତାକୁ ଭିଡିଓ ମଧ୍ୟ କଲେ । ପରେ ଏହି ଭିଡିଓ ଭାଇରାଲ ହୋଇଗଲା । ଏବେ ପୁଣି ମାମଲା ଭିନ୍ନ ମୋଡ ନେଇ ଥାନାକୁ ଗଲା ।