ଦୁଷ୍କର୍ମ କରିଥିଲେ, ଦଣ୍ଡ ପାଇଲେ ! ପାଠପଢା ଆଳରେ ନାବାଳିକାକୁ ଦୁଷ୍କର୍ମ କରୁଥିଲେ ଟ୍ୟୁସନ୍ ସାର୍, କୋର୍ଟ ଦେଲେ ୨୦ ବର୍ଷର କାରାବାସ ।

916

କନକ ବ୍ୟୁରୋ : ପାଠପଢା ଆଳରେ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଟ୍ୟୁସନ୍ ଶିକ୍ଷକଙ୍କୁ ଦଣ୍ଡିତ କରିଛନ୍ତି କୋର୍ଟ । ଦିଲ୍ଲୀର ତିସହଜାରି କୋର୍ଟ ଏହି ଶୈତାନ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଏହି ଟ୍ୟୁସନ୍ ଶିକ୍ଷକଙ୍କ ନାଁ ହେଉଛି ରୋହନ କୁମାର । ଅଭିଯୁକ୍ତ ରୋହନ କୁମାରକୁ ଛାତ୍ରୀ ସହିତ ବାରମ୍ବାର ଦୁଷ୍କର୍ମ କରିବା, ତାକୁ ଧମକଚମକ ଦେବା ଏବଂ ତା’ଙ୍କୁ ବଦନାମ କରିବା ମାମଲାର ଶୁଣାଣି କରି ୨୦ ବର୍ଷ ଜେଲଦଣ୍ଡ, ୫୨ ହଜାର ଟଙ୍କା ଜରିମାନା ଓ ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୨୦୧୭ରେ ଏହି ଘଟଣା ଘଟିଥିଲା ।

ସୂଚନାଯୋଗ୍ୟ ରୋହନ କୁମାର ବାପା ମାଆ ଘରେ ନଥିବା ବେଳେ ପୀଡ଼ିତା ଛାତ୍ରୀଙ୍କ ଘରକୁ ପଢ଼ାଇବାକୁ ଆସୁଥିଲା । ଅଭିଯୋଗ ଅନୁସାରେ ଟ୍ୟୁସନ ଶିକ୍ଷକ ଉକ୍ତ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିଲା । ସେ ସେହି ସମୟର ଫଟୋ ମଧ୍ୟ ଉଠାଇଥିଲା । ଦୁଷ୍କର୍ମର ଶିକାର ହେବା ପରେ ଛାତ୍ରୀଜଣକ ନିଜ ମା’ଙ୍କୁ ସବୁ କଥା କହିଥିଲେ । କିନ୍ତୁ ବଦନାମ ହେବା ଆଶଙ୍କାରେ ଥାନାରେ ଏତଲା ଦେଇନଥିଲେ । ପରେ ପୀଡ଼ିତାଙ୍କର ମାଆଙ୍କୁ ରୋହନ ଆକ୍ରମଣ କରିଥିଲା । ସେତେବେଳେ ପୁଲିସ ରୋହନ କୁମାରକୁ ଗିରଫ କରିଥିଲା ।