ଯାଜପୁରର ବାପା, ପୁଅ ବିବାଦର ସମାଧାନ ପରେ ଜିଲ୍ଳାପାଳ ଅଫିସରେ ପହଞ୍ଚିଲେ ପୁଅ : ଆପୋଷ ବୁଝାମଣା କରିବାକୁ ଜିଲ୍ଳାପାଳଙ୍କୁ ଅନୁରୋଧ କଲେ ସୂର୍ଯ୍ୟମଣି ମିଶ୍ର

590

କନକ ବ୍ୟୁରୋ : କନକ ନ୍ୟୁଜ ବିତର୍କରେ ଯାଜପୁରର ବାପା, ପୁଅ କଳିରେ କିଛିଟା ସମାଧାନର ସୂତ୍ର ବାହାରିଥିବା ବେଳେ ଆଜି ଜିଲ୍ଲାପାଳଙ୍କୁ ଭେଟିଛନ୍ତି ପୂଅ ସୂର୍ଯ୍ୟମଣି ମିଶ୍ର । ଜିଲ୍ଲାପାଳଙ୍କୁ ଭେଟି ଘଟଣାରେ ଆପୋଷ ବୁଝାମଣା କରିବାକୁ ନିବେଦନ କରିଛନ୍ତି ପୁଅ । ବାପା କ୍ଷେତ୍ରମୋହନ ମିଶ୍ରଙ୍କୁ ଜିଲ୍ଲାପାଳ ଡାକି ତାଙ୍କୁ ବୁଝାସୁଝା କରିବା ସହ ଲାଗିରହିଥିବା ବିବାଦର ସମାଧାନ କରିବାକୁ ଅନୁରୋଧ କରିଛନ୍ତି । ଗତକାଲି କନକ ନ୍ୟୁଜ ବିତର୍କରେ ପୁଅ ସୂର୍ଯ୍ୟମଣି ମିଶ୍ର ବାପା କ୍ଷେତ୍ରମୋହନଙ୍କୁ ମିଶ୍ରକୁ ଭୁଲ ମାଗିଥିଲେ । ଯଦି ସେ କିଛି ଭୁଲ କରିଥାନ୍ତି, ସେଥିପାଇଁ ତାଙ୍କୁ କ୍ଷମା କରିଦେବାକୁ କହିଥିଲେ ।

ବାପା ମଧ୍ୟ କହିଥିଲେ, ଯେ ଯଦି ପୁଅ ବୋହୁ ତାଙ୍କୁ ନିର୍ଯାତନା ଦେବେ ନାହିଁ ବୋଲି ଜିଲ୍ଲାପାଳଙ୍କ ନିକଟରେ ଲିଖିତ ପ୍ରତିଶ୍ରୁତି ଦେବା ସହ ସସମ୍ମାନ ଘରକୁ ଫେରାଇ ନେବେ ତେବେ ସେ ଘରକୁ ଯିବାକୁ ରାଜି ଅଛନ୍ତି । ଏବଂ ପୁଅକୁ ସର୍ବସ୍ୱ ଦେଇଦେବେ ବୋଲି କହିଥିଲେ କ୍ଷେତ୍ରମୋହନ । ପୁଅ ବୋହୁ ନ ପଚାରିବାରୁ ଯାଜପୁର ମୁରଲିପୁର ଗାଁର କ୍ଷେତ୍ରମୋହନ ମିଶ୍ର ନିଜର ସମସ୍ତ ସଂପତି ସରକାରଙ୍କୁ ଦାନ କରିବା ପରେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ପୁଅ-ବୋହୂ ତାଙ୍କୁ ନିର୍ଯାତନା ଦେଉଛନ୍ତି, ତେଣୁ ସେ ତାଙ୍କ ସଂପତିର ହକ୍ଦାର ନୁହଁନ୍ତି, ସେ ତାଙ୍କ ସଂପତି ସରକାରଙ୍କୁ ଦାନ ବି କରିିଦେଇଛନ୍ତି ବୋଲି କହିଥିଲେ କ୍ଷେତ୍ରମୋହନ ମିଶ୍ର ।