ରୋଚକ ମୋଡରେ କୋଟିଆ ନିର୍ବାଚନ । ଇଲେକ୍ସନ ହେବ ନା ସିଲେକ୍ସନ ଆଜି ସନ୍ଧ୍ୟାରେ ସ୍ପଷ୍ଟ ହେବ ଚିତ୍ର

98

କନକ ବ୍ୟୁରୋ : କୋଟିଆରେ ତିନି ଜଣ ଜିଲ୍ଲାପରିଷଦ ପ୍ରାର୍ଥୀ ନାମାଙ୍କନ ଦାଖଲ ପରେ ନିର୍ବାଚନ ରୋଚକ ମୋଡ ନେଇଛି । ସର୍ବଦଳୀୟ ନେତାଙ୍କ ସମ୍ମତିରେ ମମତା ଜାନି ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ଟିକା ଗେମେଲ ଓ ସବିନା ଗୁଡିଆ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଜି ପ୍ରତ୍ୟାହାରର ଶେଷ ଦିନ । ତେଣୁ ଜଣାପଡିବ କୋଟିଆରେ ଇଲେକ୍ସନ ହେବ ନା ସିଲେକ୍ସନ ହେବ । ଅନ୍ୟପଟେ ସର୍ବଦଳୀୟ ନେତା ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀଙ୍କୁ ନେଇ ଗୁପ୍ତ ବୈଠକ କରିଛନ୍ତି ।

ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀଙ୍କୁ ନାମାଙ୍କନ ପ୍ରତ୍ୟାହାର କରିବା ମନେଇବାକୁ ବୈଠକରେ ଉଦ୍ୟମ ହୋଇଛି । କୋଟିଆରେ ଜିଲ୍ଲାପରିଷଦ ପାଇଁ ୩ ଜଣ, ସରପଂଚ ପାଇଁ ୯ ଜଣ ନାମାଙ୍କନ କରିଛନ୍ତି । ସେହିପରି ୧୩ ୱାର୍ଡ ଥିବା ବେଳେ ୧୪ଜଣ ୱାର୍ଡ ସଭ୍ୟ ପାଇଁ ନାମାଙ୍କନ ଭରିଛନ୍ତି । କେବଳ ସମିତି ସଭ୍ୟ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । କୋଟିଆରେ ପଂଚାୟତ ନିର୍ବାଚନକୁ ଭଣ୍ଡୁର କରିବାକୁ ଆନ୍ଧ୍ରର ଷଡଯନ୍ତ୍ର ଖବର ଏକାଠି ହୋଇଥିଲେ ସର୍ବଦଳୀୟ ନେତା । ନିଷ୍ପତି ହୋଇଥିଲା ସର୍ବସମ୍ମତିରେ ପ୍ରାର୍ଥୀ ବଛାଯିବ, କିନ୍ତୁ ଏକାଧିକ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ସ୍ଥିତିକୁ ଗୋଳିଆ କରିଦେଇଛି । ଅନ୍ୟପଟେ ନେତା କହୁଛନ୍ତି ୨୫ ତାରିଖ ସୁଦ୍ଧା ସବୁ କିଛି ଠିକ୍ ହୋଇଯିବ ।