ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ଘଟଣା : ଏସଆଇଟି ତଦନ୍ତ ଦାବି; ୪ଦିନିଆ ରିମାଣ୍ଡରେ କୋ-ଷ୍ଟାର ଶିଜାନ

79

କନକ ବ୍ୟୁରୋ : ଟିଭି ଅଭିନେତ୍ରୀ ତୁନିଷା ଶର୍ମାଙ୍କ ଆତ୍ମହତ୍ୟା ଘଟଣାରେ ଏସଆଇଟି ତଦନ୍ତ ଦାବି । ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ ଏସଆଇଟି ତଦନ୍ତ ଦାବି କରିଛି । ସିନେ ୱାର୍କର୍ସ ଆସୋସିଏସନ ଅଧ୍ୟକ୍ଷ ସୁରେଶ ଗୁପ୍ତା କହିଛନ୍ତି, ସେଟରେ କିଛି କିଛି ଅଭିନେତ୍ରୀ ଭୟଭୀତ ଅଛନ୍ତି ଏବଂ ସେମାନେ ଏହାକୁ ହତ୍ୟାକାଣ୍ଡ ବୋଲି କହିଛନ୍ତି ।

ସେପଟେ ଏହି ଘଟଣାରେ ୧୪ ଜଣଙ୍କ ବୟାନ ରେକର୍ଟ କରିଛି ପୋଲିସ । ଗିରଫ କୋ-ଷ୍ଟାର ଶିଜାନ୍ ମହମ୍ମଦ ଖାନଙ୍କୁ ଗିରଫ କରି ୪ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ତୁନିଶାଙ୍କ ମୃତ୍ୟୁକୁ ନେଇ ବଡ଼ ବୟାନ ଦେଇଛନ୍ତି ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଗିରୀଶ ମହାଜନ । ତୁନିଶାଙ୍କ ମୃତ୍ୟୁକୁ ସେ ଲଭ୍ ଜିହାଦ ସହ ଯୋଡ଼ିଛନ୍ତି । ଏହାଏକ ଲଭ୍ ଜିହାଦ ମାମଲା ଏବଂ ପୋଲିସ ଏହାର ତଦନ୍ତ କରୁଛି ।

ଏଭଳି ମାମଲା ଦିନକୁ ଦିନ ବଢ଼ୁଥିବା ଦେଖୁଛୁ ଏବଂ ଏହା ବିରୋଧରେ କଠୋର ଆଇନ୍ ଆଣିବା ଉପରେ ବିଚାର ଚାଲିଥିବା ମନ୍ତ୍ରୀ କହିଛନ୍ତି । ଏହା ପୂର୍ବରୁ ବିଜେପି ନେତା ରାମ କଦମ କହିଥିଲେ ଯେ ଯଦି ଲଭ୍ ଜିହାଦ ମାମଲା ସାମ୍ନାକୁ ଆସେ, ତେବେ ଏହାର ତଦନ୍ତ ଜରାଯିବ । କିନ୍ତୁ ମୁମ୍ବାଇ ଏସପି ଚନ୍ଦ୍ରକାନ୍ତ ଯାଦବ କହିଛନ୍ତି ଯେ ଏହି ମାମଲାରେ ସେଭଳି କୌଣସି ମାମଲା ସାମ୍ନାକୁ ଆସିନାହିଁ ।