ଆମେରିକାରେ ବରଫ ଝଡ଼,ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି : ୫୦ଟି ରାଜ୍ୟ ପ୍ରଭାବିତ; ପାଖାପଖି ୧୦ ହଜାର ବିମାନ ବାତିଲ

75

କନକ ବ୍ୟୁରୋ : ଆମେରିକାରେ ଆସିଥିବା ତୁଷାର ଝଡ଼ ଯୋଗୁ ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି । ବମ୍ ସାଇକ୍ଲୋନ୍ ଯୋଗୁ ସମସ୍ତ ୫୦ଟି ରାଜ୍ୟ ପ୍ରଭାବିତ ହୋଇଛି । କଲୋରାଡୋ, କାନସାସ, ଓକଲାହୋମା, ନେବ୍ରାସ୍କା, ନ୍ୟୁୟର୍କ ଏବଂ ଓହିଓରେ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ଘଣ୍ଟାପ୍ରତି ୭୦ ମାଇଲ ବେଗରେ ବରଫ ଝଡ ଦେଖାଦେଇଛି । ବରଫ ଝଡ଼ ସହ ବର୍ଷା ଓ ବନ୍ୟା ଲୋକଙ୍କ ଜୀବନ ଦୁର୍ବିସହ କରିଦେଇଛି । ରାସ୍ତାଘାଟ ଓ ଘର ଉପରେ ପ୍ରାୟ ୬ ଫୁଟ ଉଚ୍ଚର ବରଫ ଜମା ହୋଇଯାଇଛି ।

ଲୋକମାନେ ବାହାରକୁ ବାହାରି ପାରୁନାହାନ୍ତି । ଘରେ ରହିବାକୁ ଲୋକଙ୍କୁ ପ୍ରଶାସନ ପରାମର୍ଶ ଦେଇଛି । ପ୍ରାୟ ୧୦ ହଜାର ବିମାନ ବାତିଲ ହୋଇଛି । କାରରେ ଯାଉଥିବା ଲୋକ ମଝି ରାସ୍ତାରେ ଫସି ରହିଛନ୍ତି । ପ୍ରାୟ ୨୦ କୋଟି ଲୋକ ଭୟଙ୍କର ଥଣ୍ଡାରେ ପ୍ରଭାବିତ ହୋଇଛନ୍ତି । ଅନେକ ସହରରେ ବିଦ୍ୟୁତ ଯୋଗାଣ ପ୍ରଭାବିତ ହୋଇଛି । ୨୦ ଲକ୍ଷରୁ ଅଧିକ ଲୋକଙ୍କ ଘରେ ବିଜୁଳି ନାହିଁ ।