ଆସନ୍ତା କାଲିଠାରୁ ରାଜ୍ୟରେ କିଛି ସ୍ଥାନରେ ପ୍ରବଳ ରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ ବିଭାଗ !

22

କନକ ବ୍ୟୁରୋ : ରାଜ୍ୟରେ ପୁଣି ଆରମ୍ଭ ହୋଇପାରେ ବର୍ଷା । ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରବିବାର ପୂର୍ବାନୁମାନ କରିଛି। ତେବେ ୨୪ଘଣ୍ଟା ମଧ୍ୟାରେ ବାଲେଶ୍ୱର, ସୁନ୍ଦରଗଡ଼ ଓ ମୟୁରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ପୂର୍ବରୁ ସାରା ରାଜ୍ୟରେ ଗତ କିଛିଦିନ ହେବ ବର୍ଷା ଲାଗି ରହିଥିଲା ଫଳରେ ରାସ୍ତାଘାଟ, ଘରଦ୍ୱାର ପାଣି ଘେରରେ ଥିଲା। ସମସ୍ତ ସ୍ଥାନରେ ପାଣି ଜମି ରହିଥିବାରୁ ଲୋକମାନେ ନାହା ନଥିବା ଅସୁବିଧାର ସମୁଖୀନ ହୋଇଥିଲେ । ଲୋକମାନଙ୍କୁ ଯାତାୟାତରେ ଅନେକ ଅସୁବିଧା ହେଉଥିଲା । ତେବେ ପୁଣି ଥରେ ବର୍ଷା ହେବ ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ତେବେ ବର୍ଷାକୁ ଆଖି ଆଗରେ ରଖି ଲୋକମାନଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି ।

ସେହିପରି ଗତକାଲି ସମ୍ବଲପୁର, ଅନୁଗୁଳ, ସୋନପୁର, ବରଗଡ଼, ସୁନ୍ଦରଗଡ଼, ମୟୁରଭଞ୍ଜ, କୋରାପୁଟ, ପୁରୀ, ସମ୍ବଲପୁର, ଗଞ୍ଜାମ, ଦେଓଗଡ଼, ବାଲେଶ୍ୱର, ନବରଙ୍ଗପୁର, ଖୋର୍ଦ୍ଧା, କେନ୍ଦୁଝର,ଦେଓଗଡ଼ର କିଛି ସ୍ଥାନରେ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବର୍ତ୍ତମାନ ସମୟରେ ରାଜ୍ୟରେ ବର୍ଷା ହେଉନଥିବା ବେଳେ ପାଗ ସାଧାରଣତଃ ଶୁଖିଲା ରହିଛି ।