ସମ୍ବଲପୁର ଚାଷୀଙ୍କ ଟମାଟୋ ଦୁଃଖ ! ଦିନକୁ ଦିନ ଖସୁଛି ଦର, ଅଭାବୀ ବିକ୍ରିକୁ ଦାଉ ସାଧିଲା ଅଦିନିଆ ବର୍ଷା ।

94

କନକ ବ୍ୟୁରୋ : ଦିନକୁ ଦିନ ଖସୁଛି ଟମାଟୋ ଦର । ସମ୍ବଲପୁରରେ ଟମାଟୋ କିଲୋ ପିଛା ଅଢେଇ ଟଙ୍କାରେ ବି କିଣିବାକୁ ରାଜି ହେଉନାହାନ୍ତି ବେପାରୀ । ଦଶ ଦିନ ତଳେ କିଲୋକୁ ୧୦ ଟଙ୍କା ବିକ୍ରି ହେଉଥିବା ବେଳେ ଏବେ ୨ କିଲୋକୁ ୫ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ । ଅଭାବୀ ବିକ୍ରି ସାଙ୍ଗକୁ ଦାଉ ସାଧିଲା ଅଦିନିଆ ବର୍ଷା ।

ଟମାଟୋ କିଲୋକୁ ୩ ଟଙ୍କାରେ କିଣିବାକୁ ଅରାଜି ବେପାରୀ । ଅମଳ ଆରମ୍ଭରୁ ଟମାଟୋ ଦର ୨୦ ଟଙ୍କା ଥିବା ବେଳେ ଏବେ ୩ ଟଙ୍କାରେ ପହଂଚିଛି । ସମ୍ବଲପୁର ଜିଲ୍ଲାରେ ଦ୍ରୁତ ଗତିରେ ଟମାଟୋ ରେଟ୍ ଖସୁଛି । ଏବେ ୨ କିଲୋ ଟମାଟୋକୁ ମାତ୍ର ୫ ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ  । ଫଳରେ ଚାଷ ବାବଦକୁ ଖର୍ଚ ହୋଇଥିବା ଟଙ୍କା ମିଳିବା ନେଇ ଆଶଙ୍କା ସୃଷ୍ଟି କରିଛନ୍ତି ଚାଷୀ ।

ଟମାଟୋର ଅଭାବୀ ବିକ୍ରି । ଦରକୁ ବଳିଗଲା ବର୍ଷା ଦୁଃଖ । ଟମାଟୋ ଦର ଚାଷୀଙ୍କ ଆଖିରେ ଲୁହ ଭରି ଦେଇଥିବା ବେଳେ ଅଦିନିଆ ବର୍ଷା ଫସଲ ନଷ୍ଟ କରିବାର ଆଶଙ୍କା ସୃଷ୍ଟି କରିଛି । ବର୍ଷା ମାଡ ଖାଇ ଟମାଟୋ ସବୁ ସଢି ଯାଉଛି । ହେଲେ ଟମାଟୋ  ରେଟ୍ ନଥିବାରୁ ଗଛରେ ଟମାଟୋ ପାଚିଥିଲେ ସୁଦ୍ଧା ତୋଳୁ ନଥିବା କହିଛନ୍ତି ଜିଲ୍ଲାର ତବଲା ଗାଁର ଚାଷୀ । ଚାଷୀ ଉତ୍ପାଦିତ ଦ୍ରବ୍ୟକୁ ସାଇତି ରଖିବା ପାଇଁ ଜିଲ୍ଲାରେ ଶୀତଳ ଭଣ୍ଡାର ନଥିବାରୁ ଚାଷୀ ଅଭାବୀ ବିକ୍ରିର ସାମ୍ନା କରୁଛନ୍ତି । ତେଣୁ ତୁରନ୍ତ ଜିଲ୍ଲାରେ ରାଜ୍ୟ ସରକାର ଶୀତଳ ଭଣ୍ଡାର ଯୋଗାଇ ଦେବାକୁ ଦାବି ହେଉଛି । ଅମଳ ଆରମ୍ଭରୁ ୨୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଦର ଏବେ ଅଢେଇ ଟଙ୍କାରେ ପହଂଚିଥିବା ବେଳେ ଆଗକୁ ସ୍ଥିତି ଆହୁରୀ ସଂଗୀନ ହେବ ବୋଲି ଆଶା କରାଯାଉଛି ।