ଆଜି ପୌର ନିର୍ବାଚନ : ସକାଳ ୮ଟାରୁ ସଂଧ୍ୟା ୫ ଯାଏଁ ମତଦାନ; ଶାନ୍ତିଶୃଙ୍ଖଳାର ପାଇଁ ମୁତୟନ ରହିବେ ୧୯୫ ପ୍ଲାଟୁନ ପୋଲିସ

104

କନକ ବ୍ୟୁରୋ : ଆଜି ରାଜ୍ୟର ୪୭ଟି ମ୍ୟୁନିସପାଲଟି, ୫୯ଟି ଏନ୍‌ଏସି ଏବଂ ୩ଟି ମହାନଗର ନିଗମର କର୍ପୋରେଟର ଏବଂ ମେୟର ପଦବି ପାଇଁ ଭୋଟ୍‌ ହେଉଛି । ପ୍ରାୟ ୩ବର୍ଷ ପରେ ସହରାଞ୍ଚଳରେ ୱାର୍ଡ ସ୍ତରୀୟ ଜନପ୍ରତିନିଧି ବଛା ହେଉଥିବାରୁ ସବୁ ସହରାଞ୍ଚଳ ଚଳଚଞ୍ଚଳ ହୋଇଉଠିଛି । ନିର୍ବାଚନ ମଇଦାନରେ ୬୪୧୧ ଜଣ ପ୍ରାର୍ଥୀ ଥିବାବେଳେ ଗୁରୁବାର ମତଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍‌ ଦେବେ । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ପୁଲିସ ବିଭାଗ ପକ୍ଷରୁ ସାରା ରାଜ୍ୟରେ ୧୯୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ଆଜି ପଡିବ ପୌରାଂଚଳ ଭୋଟ :-
– ୩ଟି ମହାନଗର ନିଗମ ଓ ୧୦୬ଟି ପୌର ପରିଷଦ ପାଇଁ ନିର୍ବାଚନ
– ସକାଳ ୮ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ
– ୪୭ଟି ମ୍ୟୁନିସିପାଲିଟି ଓ ୫୯ ଏନଏସି ପାଇଁ ପଡ଼ୁଛି ଭୋଟ୍
– ରେମୁଣା, ଚାନ୍ଦବାଲି, ଧାମନଗର, ବିଜେପୁର ନୂଆ ଏନଏସି
– ହିନ୍ଦୋଳ ଓ ଅତାବିରା ଏନଏସି କାର୍ଯ୍ୟକାଳ ସରିନଥିବାରୁ ହୋଇନି ଭୋଟ୍
– ୧୦୬ ପୌର ପରିଷଦରେ ମୋଟ୍ ୧ ହଜାର ୭୩୧ଟି ୱାର୍ଡ ରହିଛି
– ୩ଟି ପୌର ନିଗମରେ ଅଛି ମୋଟ୍ ୧୬୮ଟି ୱାର୍ଡ
– ୩ଟି ମହାନଗର ନିଗମ- ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର
– ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ହେବା ଦିନରୁ ହୋଇନି ଭୋଟ୍
– ୫ ମହାନଗର ନିଗମକୁ ମିଶାଇ ରାଜ୍ୟରେ ଅଛି ମୋଟ୍ ୧୧୫ଟି ପୌରାଂଚଳ
– ହୀରାକୁଦ ଓ ବୁର୍ଲା ଏନଏସିରେ ମଧ୍ୟ ଏଥର ନିର୍ବାଚନ ହେଉନାହିଁ
– ପ୍ରଥମଥର ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ସିଧାସଳଖ ଭୋଟିଂ ହୋଇଛି
– ଏଥିପାଇଁ ପୃଥକ ପୃଥକ ୨ଟି ଲେଖାଏଁ ଇଭିମ୍ ବ୍ୟବହାର ହୋଇଥିଲା
– ମହାନଗର ନିଗମରେ କର୍ପୋରେଟର ଓ ମେୟର ପାଇଁ ଅଲଗା ଅଲଗା ଇଭିଏମ
– ପୌରାଂଚଳରେ କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ଅଲଗା ଅଲଗା ଇଭିଏମ
– ନିର୍ବାଚନ କମିଶନ ବ୍ୟାପକ ବନ୍ଦୋବସ୍ତ କରିଛନ୍ତି
– ମତଦାନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି
– ଡବଲ ଭୋଟ ନେଇ ପ୍ରମାଣ ମିଳିଲେ, କାର୍ଯ୍ୟାନୁଷ୍ଠାନ ନେବେ ରାଜ୍ୟ ନିର୍ବାଚନ କମିଶନ
– ଭୋଟ୍ ଗ୍ରହଣ ପ୍ରକ୍ରିୟାକୁ ଶାନ୍ତିଶୃଙ୍ଖଳାର ସହ ସାରିବା ପାଇଁ ୧୯୫ ପ୍ଲାଟୁନ ପୋଲିସ ମୁତୟନ ହେବେ
– ଭୁବନେଶ୍ୱରର ୬୭ଟି ୱାର୍ଡ ପାଇଁ ୭୦୫ଟି ବୁଥ୍ ହୋଇଛି
– ପ୍ରତି ବୁଥରେ ଜଣେ ପ୍ରିଜାଇଡିଂ ଅଫିସର, ୪ ଜଣ ପୁଲିଂ ଅଫିସର ରହିବେ