ବୋଲ ମାନୁନି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀଙ୍କ ତୁଣ୍ଡ । ସମୟ ଥିବା ବେଳେ ୨୦ଜଣଙ୍କୁ ଜନ୍ମ ନକରି କାହିଁକି ୨ଜଣଙ୍କୁ ଜନ୍ମ କଲେ ବୋଲି ପ୍ରଶ୍ନ କଲେ ତୀରଥ ସିଂ ରାୱତ ।

166

କନକ ବ୍ୟୁରୋ: ବୋଲ ମାନୁନି ଉତ୍ତରାଖଣ୍ଡ ନୂଆ ମୁଖ୍ୟମନ୍ତ୍ରୀଙ୍କ ତୁଣ୍ଡ । ମୁଖ୍ୟମନ୍ତ୍ରୀ ବନିବା ପରେ ଗୋଟିଏ ପରେ ଗୋଟିଏ ବିବାଦୀୟ ବୟାନ ଦେଇ ସମାଲୋଚନାର ଶିକାର ହୋଇଛନ୍ତି ତୀରଥ ସିଂ ରାୱତ । ପ୍ରଥମେ ମହିଳା ମାନେ ଫଟା ଜିନ୍ସ ପିନ୍ଧିବା କି ପ୍ରକାର ସଂସ୍କାର ବୋଲି ପ୍ରଶ୍ନ କରିଥିଲେ । ଏହାପରେ ଆମେରିକୀୟ ମାନେ ଭାରତରେ ୨ ଶହ ବର୍ଷ ଶାସନ କରିବା କଥା କହି ସମାଲୋଚନାର ସମ୍ମୁଖୀନ ହୋଇଥିଲେ । ଏବେ ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି ରାୱତ ।

କରୋନା ସମୟରେ ସରକାର ମୁଣ୍ଡ ପିଛା ୫ କିଲୋ ରାସନ ବାଂଟିଛନ୍ତି । ଯେଉଁ ପରିବାରରେ ୨ ଜଣ ଥିଲେ ସେହି ପରିବାରକୁ ୧୦କିଲୋ ଏବଂ ୨୦ଜଣ ସଦସ୍ୟ ଥିଲେ ଏକ କ୍ୱିଂଟାଲ ରାସନ ମିଳିଛି । ଆଉ ଏହାକୁ ନେଇ ଲୋକେ ପ୍ରଶ୍ନ କରୁଛନ୍ତି । ତେବେ ଯେତେବେଳେ ସମୟ ଥିଲା ସେତେବେଳେ ୨୦ଜଣଙ୍କୁ ଜନ୍ମ ନକରି କାହିଁକି ୨ଜଣଙ୍କୁ ଜନ୍ମ କଲ ବୋଲି ପ୍ରଶ୍ନ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ।

କରୋନା ସ୍ଥିତିକୁ ନେଇ ବୟାନ ଦେଇ ମୁଖ୍ୟମନ୍ତ୍ରୀ ରାୱତ କହିଛନ୍ତି ଯେ, ଆମେରିକା ଭାରତକୁ ୨ ଶହ ବର୍ଷ ଧରି ଶାସନ କରିଥିଲା ଏବେ କିନ୍ତୁ ସେ କରୋନା ମୁକାବିଲା କରିବାରେ ବିଫଳ । ଏହା ପୂର୍ବରୁ ମହିଳା ମାନେ ଫଟା ଜିନ୍ସ ପିନ୍ଧିବା ଉପରେ ବୟାନ ଦେଇ ବିବାଦକୁ ଆସିଥିଲେ ଉତ୍ତରାଖଣ୍ଡ ନୂଆ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତ । ମହିଳା ମାନେ ଫଟା ଜିନ୍ସ ପିନ୍ଧିବା କି ପ୍ରକାର ସଂସ୍କାର ବୋଲି କହିଥିଲେ ରାୱତ । ଯାହାକୁ ନେଇ ତାଙ୍କୁ ଅନେକ ସମାଲୋଚନା କରାଯାଇଥିଲା । ତେବେ ତୀରଥ ସିଂ ରାୱତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ବନିବା ପରେ ବୟାନକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।