ପହିଲି ଅଗଷ୍ଟର ପରିବର୍ତ୍ତନ ! ଅଗଷ୍ଟ ୧ ରୁ ଶସ୍ତା ହେବାକୁ ଯାଉଛି ଏହି ଦ୍ରବ୍ୟ , ମହଙ୍ଗା ମାଡରୁ ଆଶ୍ୱସ୍ତି ପାଇବେ ସାଧାରଣ ଜନତା ।

2,342

ଇଂରାଜୀ ତାରିଖ ଅନୁସାରେ ଆଜିଠାରୁ ଆରମ୍ଭ ହେଉଛି ଅଗଷ୍ଟ ମାସ । ତେବେ ଏହି ମାସଟି ସାଧାରଣ ଲୋକଙ୍କ ପାଇଁ ଅନେକ ଖୁସି ଆଣିବାକୁ ଯାଉଛି । ଅନେକ ସାମଗ୍ରୀର ଦରଦାମ୍ ରେ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଆସନ୍ତୁ ଅଗଷ୍ଟ ମାସ କେଉଁ ଖୁସି ଆଣିଛି ଟିକେ ନଜର ପକାଇବା ।

ଟଙ୍କା ସହ ଜଡିତ ଥିବା ସେବାକୁ ମାଗଣା କଲା ଏସବିଆଇ :

ଏସବିଆଇ ଆଇଏମପିଏସ୍ ଚାର୍ଜକୁ ଶେଷ କରିଥିବା ଘୋଷଣା କରଛି , ଯାହା ଅଗଷ୍ଟ ୧ ତାରିଖରୁ ଲାଗୁ ହେବାକୁ ଯାଉଛି । ଏବେ ଏସବିଆଇର ୟୋନୋ ଆପ୍ , ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର୍ କରୁଥିବା ୟୁଜର୍ସଙ୍କ ଠାରୁ ଏବେ କୌଣସି ପ୍ରକାରର ଆଇଏମପିଏସ୍ ଚାର୍ଜ ପଇଠ କରାଯିବ ନାହିଁ । ଏହାପୂର୍ବରୁ ଏସବିଆଇ ଆରଟିଜିଏସ୍ ଏବଂ ଏନଇଏଫଟି ଚାର୍ଜକୁ ମଧ୍ୟ ଶେଷ କରିଦେଇଥିଲା ।

ଶସ୍ତା ହେଲା ଗ୍ୟାସ୍ ସିଲିଣ୍ଡର :

ଏବେ ବିନା ସବସିଡିର ଗ୍ୟାସ୍ ସିଲିଣ୍ଡର କିଣିଲେ ୫୭୪.୫୦ ଟଙ୍କା ଦେବାକୁ ପଡିବ । ଏହା ପୂର୍ବରୁ ୧୪.୨ କିଲୋର ଗ୍ୟାସ୍ ସିଲିଣ୍ଡର ପାଇଁ ୬୩୭ ଟଙ୍କା ଦେବାକୁ ପଡୁଥିଲା । ଏହି ନୂଆ ଦର ବୁଧବାର ମଧ୍ୟରାତ୍ର ଠାରୁ ଲାଗୁ ହେବ ।

ଦିଲ୍ଲୀରେ ଶସ୍ତା ହେବାକୁ ଯାଉଛି ବିଜୁଳୀ :

ପହିଲି ଅଗଷ୍ଟରୁ ଦିଲ୍ଲୀରେ ବିଜୁଳୀ ଶସ୍ତା ହେବାକୁ ଯାଉଛି । ଡିଇଆରସି ତରଫରୁ ବୁଧବାର ନୂଆ ଦରର ଘୋଷଣା କରାଯିବ । ନୂଆ ଦର ମୁତାବକ , ୨ କିଲୋୱାଟ୍ ଲୋଡ୍ ନେଉଥିବା ମିଟର ପାଇଁ ଫିକ୍ସ ଚାର୍ଜ ରୁପରେ କେବଳ ୨୦ ଟଙ୍କା ଦେବାକୁ ପଡିବ । ଯାହା ପୂର୍ବରୁ ୧୨୫ ଟଙ୍କା ଥିଲା । ଅର୍ଥାତ୍ ୨ କିଲୋୱାଟ୍ ଲୋଡ୍ ନେଉଥିବା ମିଟର ପାଇଁ ଫିକ୍ସ ଚାର୍ଜରେ ୧୦୦ ଟଙ୍କାର ଆଶ୍ୱସ୍ତି ଦିଆଯାଇଛି । ଅନ୍ୟପକ୍ଷରେ ୨ କିଲୋୱାଟ୍ ରୁ ଅଧିକ କିନ୍ତୁ ୫ କିଲୋୱାଟ୍ ରୁ କମ୍ କ୍ଷମତା ନେଉଥିବା ମିଟର ପାଇଁ ଫିକ୍ସ ଚାର୍ଜ ରୁପରେ ୫୦ ଟଙ୍କା ନିଆଯିବ । ପ୍ରଥମେ ଏଥିରେ ୧୪୦ ଟଙ୍କା ଦେବାକୁ ପଡୁଥିଲା ।

ଇଲେକ୍ଟ୍ରିକ୍ ଗାଡି ହେବ ଶସ୍ତା :

ଅଗଷ୍ଟ ୧ ରୁ ଇଲେକ୍ଟ୍ରିକ୍ ଗାଡି ଶସ୍ତା ହେବାକୁ ଯାଉଛି । ଜିଏସଟି କାଉନସିଲ୍ ବ୍ୟାଟେରୀରେ ଚାଲୁଥିବା କାର୍ ଏବଂ ସ୍କୁଟରରେ ଲାଗୁଥିବା ଜିଏସଟି ଦର କମାଇବା ଫଳରେ ଗାଡି କିଣିବା ଏବେ ଶସ୍ତା ହୋଇଯାଇଛି । ଜିଏସଟି କାଉନସିଲ୍ ବୈଠକରେ କରକୁ ୧୨ % ରୁ ହଟାଇ ୫ % କରାଯାଇଛି ଏବଂ ଚାର୍ଜ ଉପରେ ୧୮ ପ୍ରତିଶତରୁ କମ୍ କରି ୧୨ ପ୍ରତିଶତ କରାଯାଇଛି ।