ବଢ଼ିଲା ବାୟୁସେନାର ବଳ। ସାମିଲ ହେଲା ପ୍ରଥମ ସ୍ୱଦେଶୀ ଲାଇଟ କମ୍ବାଟ ହେଲିକପ୍ଟର ‘ପ୍ରଚଣ୍ଡ’।

67

କନକ ବ୍ୟୁରୋ: ବଢି଼ଲା ବାୟୁସେନାର ବଳ । ବାୟୁସେନାରେ ସାମିଲ ହେଲା ସ୍ୱଦେଶୀ ଲାଇଟ୍ କମ୍ବାଟ ହେଲିକପ୍ଟର ବା ଏଲସିଏଚ । ଏହି ଏଲସିଏଚର ନାଁ ରହିଛି ପ୍ରଚଣ୍ଡ । ମୋଟ୍ ୧୦ଟି ଏଲସିଏଚ ବାୟୁସେନାରେ ସାମିଲ ହୋଇଛି । ଯୋଧପୁର ଏୟାରବେସରେ ବିଧିବଦ୍ଧ ଭାବେ ସାମିଲ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବାୟୁସେନା ମୁଖ୍ୟ ଭି ଆର ଚୌଧୁରୀଙ୍କ ଉପସ୍ଥିତିରେ ଏହି ଲଢୁଆ ହେଲିକପ୍ଟର ବାୟୁସେନାରେ ସାମିଲ ହୋଇଛି । ଏହି ଲଢୁଆ ହେଲିକପ୍ଟରକୁ ବେଙ୍ଗଳୁରର ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ୍ ବା ହାଲ୍ ତିଆରି କରିଛି । ସୀମାରେ ପଡୋଶୀ ପାକିସ୍ତାନ ଏବଂ ଚୀନ୍ ଭାରତ ପାଇଁ ସମସ୍ୟା ବଢାଉଛନ୍ତି । ପାହାଡିଆ ଅଞ୍ଚଳରେ ଲଢୁଆ ବିମାନ ଉଡିବା ସମ୍ଭବ ହେଉନି । ଏପରି ସ୍ଥିତିରେ ଏଲସିଏଚ ବାୟୁସେନାକୁ ଅଧିକ ବଳ ଯୋଗାଇବ ।

ବାୟୁସେନାର ‘ପ୍ରଚଣ୍ଡ’

• ହେଲିକପ୍ଟରର ଓଜନ ପାଖାପାଖି ୬ ଟନ୍ 

• ପାହାଡିଆ ଅଞ୍ଚଳରେ ମିସାଇଲ ଏବଂ ଯୁଦ୍ଧାସ୍ତ୍ର ନେଇ ଉଡାଣ ଭରିପାରେ

• ଏଲସିଏଚର ମୁଖ୍ୟ କାମ ସର୍ଚ୍ଚ ଅପରେସନ ଏବଂ ଉଦ୍ଧାର କାର୍ଯ୍ୟ

• ଡ୍ରୋନ୍, ଆକାଶମାର୍ଗରେ ଉଡୁଥିବା ସନ୍ଦେହଜନକ ବିମାନ ରୋକିବ, ଅନୁପ୍ରବେଶକୁ ରୋକିବ

• ଅଧିକ ଉଚ୍ଚରେ ଉଡୁଥିବାରୁ ଶତ୍ରୁର ବଙ୍କର ଧ୍ୱଂସ କରିପାରେ

• ଲଢୁଆ ବିମାନ ବ୍ୟବହାର ହୋଇନପାରିଲେ ଏଲସିଏଚ ବ୍ୟବହାର ହେବ

• ସର୍ଜିକାଲ ଷ୍ଟ୍ରାଇକରେ ବ୍ୟବହାର ହୋଇପାରିବ ଏଲସିଏଚ

• ଶତ୍ରୁର ରାଡାରକୁ ସହଜରେ ଠାବ କରିପାରିବ

• ହେଲିକପ୍ଟରରେ ଗୁଳି ବାଜିଲେ ବି ବିଶେଷ ପ୍ରଭାବ ପଡିବନି 

• ଜୋର ପବନର ପ୍ରତିକୂଳ ଭିତରେ କାମ ଜାରି ରଖିପାରେ 

• ଘଣ୍ଟାପ୍ରତି ସର୍ବାଧିକ ୨୭୦ କିଲୋମିଟର ବେଗରେ ଉଡିପାରିବ

୨୦୨୧ ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କମିଟି ଅନ ସିକ୍ୟୁରିଟି ବୈଠକରେ ସ୍ୱଦେଶୀ ନିର୍ମିତ ଲିମିଟେଠ ସିରିଜ ପ୍ରଡକ୍ସନ ଏଲସିଏଚ କ୍ରୟକୁ ମଞ୍ଜୁରୀ ମିଳିଥିଲା । ୩ହଜାର ୮୮୭ କୋଟି ଟଙ୍କା ବ୍ୟୟରେ ୧୫ଟି ଏଲସିଏଚ କ୍ରୟ ପାଇଁ ମଞ୍ଜୁରୀ ମିଳିଥିବାବେଳେ ୧୦୫ଟି ବାୟୁସେନାକୁ ପ୍ରଦାନ କରାଯାଇଛି