ମଦ ଦୋକାନରୁ ଗ୍ରିଲ ତାଡି ଲୁଟପାଟ । ଟଙ୍କା ସହ ଦାମୀ ମଦ ବୋତଲ ଲୁଟି ନେଲେ ଲୁଟେରା 

732

କନକ ବ୍ୟୁରୋ : ସିସିଟିଭରେ କଏଦ ହେଲା ଚୋରି ଲାଇଭର ଦୃଶ୍ୟ । ବାଲିପାଟଣା ମଦ ଦୋକାନରୁ ଗ୍ରିଲ ତାଡି ଲୁଟପାଟ କରିବା ସହିତ ସିସିଟିଭି ଭାଙ୍ଗି ଦେଇଛନ୍ତିି ଲୁଟେରା । ବାଲିପାଟଣା ଥାନା ସରକାରୀ ବିଦେଶୀ ଠିପି ମଦ ଦୋକାନ ଗ୍ରିଲ ତାଡି ଟଙ୍କା ସହ ଦାମୀ ମଦ ବୋତଲ ଲୁଟି ନେଇଛନ୍ତି । ଗତକାଲି ମଦ ଦୋକାନ ସାମ୍ନାପଟ ଗ୍ରୀଲ ତାଡି ଜଣେ ଲୁଟେରା ଭିତରକୁ ପଶିଥିଲା । ଭିତରୁ ୩୦ହଜାର ଟଙ୍କା ଓ ଅନ୍ୟାନ ସାମଗ୍ରୀ ଚୋରି କରି ନେଉଥିବା ସିସିଟିଭରେ କଏଦ ହୋଇଛି । ଖବର ପାଇ ବାଲିପାଟଣା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ତେବେ ସିସିଟିଭିରେ କଏଦ ହୋଇଥିବା ଭିଡିଓ ଆଧାରରେ, ବିଳମ୍ବିତ ରାତି ପ୍ରାୟ ୧ଟା ୩୦ରେ ଗ୍ରିଲ୍ ଏବଂ ତାଲା ଭାଙ୍ଗି ମଦ କାଉଣ୍ଟର ଭିତରକୁ ପ୍ରବେଶ କରିଥିଲା ଚୋର । କ୍ୟାସ୍ କାଉଣ୍ଟରରେ ଥିବା ରେଜା ପଇସା ପାଖାପାଖି ୩୦ରୁ ୪୦ ହଜାର ଟଙ୍କା ଲୁଟିନେବା ସହ ମଦ ଲୁଟିନେଇଛନ୍ତି । ସେପଟେ ଏନେଇ କାଉଣ୍ଟର ମାଲିକ କହିଛନ୍ତି, କେତେ ଟଙ୍କାର ମଦ ଲୁଟ୍ ହୋଇଛି ତାହା ଷ୍ଟକ୍ ଦେଖିଲା ପରେ ଜଣାପଡିବ ।