ରେଞ୍ଜ ରୋଭର ଦୁର୍ଘଟଣାରେ ଗୁରୁତର ଆହତଙ୍କ ଫେରୁନି ଚେତା । ଟଙ୍କା ଅଭାବରୁ ହୋଇପାରୁନି ଅସ୍ତ୍ରୋପଚାର । ସହାୟତା ପାଇଁ ହାତଯୋଡିଲେ ଭାଇ

580

କନକ ବ୍ୟୁରୋ: ଭୁବନେଶ୍ୱର ପାୱାର ହାଉସ ଛକରେ ରେଞ୍ଜ ରୋଭର ଦ୍ରୁ୍ଘଟଣାରେ ଆହତ ଯୁବକଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା ଚାଲିିଛି । ଗୁରୁତର ଥିବାରୁ ତାଙ୍କ ଅସ୍ତ୍ରୋପଚାର ବି ସମ୍ଭବ ହୋଇପାରିନାହିଁ । ପାଖରେ ସମ୍ବଳ ନଥିବାରୁ ଜମି ବିକିବାକୁ ବସିଛନ୍ତି କାହ୍ନୁଙ୍କ ପରିବାର । ଦୁର୍ଘଟଣା ଘଟାଇଥିବା ବଡ ଗାଡିର ବଡ ମାଲିକ ବଡ ହୃଦୟ ଦେଖାନ୍ତୁ ବୋଲି କହିଛନ୍ତି ଆହତ ଯୁବକଙ୍କ ଭାଇ ।

  • ରେଞ୍ଜରୋଭର ଦେଇଦେଲା ଦୁଃଖ
  • ଭେଣ୍ଟିଲେଟରରେ କାହୁଚରଣ

ଭୁବନେଶ୍ୱର ପାୱାର ହାଉସ ଛକରେ ରେଞ୍ଜ୍ ରୋଭର ଦୁର୍ଘଟଣାକୁ ଆଠ ଦିନ ବିତିଗଲାଣି । ଏହି ଆଠଦିନ ଭିତରେ ଗୋଟିଏ ପରିବାର ଯେମିତି ସ୍ତବ୍ଧ ହୋଇଯାଇଛି । ଗୁରୁତର ଆହତ ବାଇକ ଆରୋହୀ କାହୁଚରଣ ହସପିଟାଲ ବେଡରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁନାହିଁ । ଏବେ ବି କାହ୍ନୁଚରଣ ଭେଣ୍ଟିଲେଟରରେ । ପରିବାର ଲୋକଙ୍କୁ ଭେଟିବାକୁ ଦିଆଯାଉନାହି ାଁ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା କଥା ହେଉଛି…

  • ଚେତା ଫେରିବାକୁ ପ୍ରାୟ ୨ ମାସରୁ ଅଧିକ ସମୟ ଲାଗିପାରେ
  • ମୁଣ୍ଡରେ ଶକ୍ତ ଆଘାତ ଲାଗିଛି
  • ଦୁର୍ଘଟଣା ଜୋର ହୋଇଥିବାରୁ କାହୁଙ୍କ ଗୋଟିଏ ଗୋଡର ଟିସୁ ନଷ୍ଟ ହୋଇଛି
  • ରାସ୍ତାରେ ପଡିିଥିବାରୁ ଇନଫେକ୍ସନ ବି ହୋଇଛି । ତେଣୁ ଅସ୍ତ୍ରୋପଚାର ସମ୍ଭବପର ହୋଇପାରୁନାହିଁ

ରେଞ୍ଜ୍ ରୋଭର ଦୁର୍ଘଟଣାରେ ଆହତ ଜଗତସିଂହପୁରର ଲୋପାମୁଦ୍ରା ସାହୁଙ୍କ ମୃତ୍ୟୁ ଘଟିବା ପରେ କାହ୍ନୁଚରଣଙ୍କ ପରିବାର ଭୟଭୀତ ହୋଇପଡିଛନ୍ତି । ଦୁର୍ଘଟଣା ପରଠୁ ଭାଇ କଥା କହିପାରୁନଥିବାବେଳେ ଚିକିତ୍ସାରେ ବାଧକ ସାଜିଛି ଟଙ୍କା । ପରିବାର ଲୋକ ଗହଣା ବନ୍ଧା ପକାଇସାରିବା ପରେ ଏବେ ଜମି ବିକିବାକୁ ବାହାରିଲେଣି । କାହ୍ନଙ୍କ ଭାଇ ନେହୁରା ହୋଇ କହିଛନ୍ତି. ରେଞ୍ଜ୍ ରୋଭରର ମାଲିକ ବଡ ହୃଦୟ ଦେଖାନ୍ତୁ ଓ ଖର୍ଚ୍ଚ ବାବଦକୁ ଟଙ୍କା ଦିଅନ୍ତୁ । ଭାଇର କିଛି ଅସୁବିଧା ହେଲେ ଆଗାମୀ ଦିନରେ ରାସ୍ତରାସ୍ତାଙ୍କୁ ଓହ୍ଲାଇବି ବୋଲି ଚେତାବନୀ ଦେଇଛନ୍ତି ଆହତ କାହ୍ନଙ୍କ ଭାଇ ।

ରେଞ୍ଜରୋଭର ମାଲିକାନା ଝାରସୁଗୁଡାର ଆର୍ମର-ରେ ଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ରହିଛି । କମ୍ପାନୀର ଦୁଇ ଜଣ ନିର୍ଦ୍ଦେଶକ ମଧ୍ୟରେ ଜଣେ ଅଛନ୍ତି ଦିବଙ୍ଗତ ନେତା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ । ଏହି ଘଟଣାରେ କେବେ ପୂର୍ଣ୍ଣଚ୍ଛେଦ ପଡିବ ଓ ଆହତଙ୍କ ପରିବାରକୁ ନ୍ୟାୟ ମିଳିବ ତାକୁ ସମସ୍ତଙ୍କ ଅପେକ୍ଷା ।