କର୍ଣ୍ଣାଟକର କଂଗ୍ରେସ ସରକାର ଭାଙ୍ଗିବାକୁ ଉଦ୍ୟମ: ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ ଜେଡିଏସର ଅଫର

986

କନକ ବ୍ୟୁରୋ: କର୍ଣ୍ଣାଟକ କଂଗ୍ରେସ ସରକାର ଭାଙ୍ଗିବାକୁ ଉଦ୍ୟମ । ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଅଫର ଦିଆଯାଇଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀ ଶିବକୁମାରଙ୍କ ଏଭଳି ଅଫର ଦେଇ ବିବାଦ ଆରମ୍ଭ କରିଛନ୍ତି । ଯଦି ଶିବକୁମାର କଂଗ୍ରେସ ସରକାରରୁ ନିଜ ସମର୍ଥନଙ୍କ ସହ ଓହରି ଆସନ୍ତି, ତେବେ ଜେଡିଏସ ତାଙ୍କୁ ସମର୍ଥନ କରିବ । ଜେଡିଏସର ୧୯ ବିଧାୟକ ତାଙ୍କୁ ସମର୍ଥନ କରିବା ସହ ମୁଖ୍ୟମନ୍ତ୍ରୀ କରାଯିବ କହିଛନ୍ତି । । କିଛି ଜେଡିଏସ ବିଧାୟକ କଂଗ୍ରେସରେ ସାମିଲ ହେବା ନେଇ ରାଜ୍ୟ କଂଗ୍ରେସର କିଛି ନେତା କହୁଥିବା ବେଳେ ଜେଡିଏସଙ୍କ ଏଭଳି ବୟାନ ରାଜନୀତିକୁ ରୋଚକ କରିଛି । କିନ୍ତୁ ଏଭଳି ଅଫରକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ଶିବକୁମାର । ସେ କହିଛନ୍ତି, କଂଗ୍ରେସ ନେତାମାନେ ଏକାଠୀ ହୋଇ ନିର୍ବାଚନ ଲଢିଥିଲେ । ମୁଖ୍ୟମନ୍ତ୍ରୀ ହେବାକୁ ସେ ଆଦୌ ତତ୍ପର ନୁହଁନ୍ତି । କେନ୍ଦ୍ରୀୟ ନେତାଙ୍କ ନିଷ୍ପତି ଅନୁସାରେ ରାଜ୍ୟରେ ଦଳ ପରିଚାଳନା ହେଉଛି । କେନ୍ଦୀୟ ନେତାଙ୍କ ଯାହା ନିଷ୍ପତି ନେବେ ସେ ପାଳନ କରିବେ ।