ପ୍ରତିଷ୍ଠିତ ପତ୍ରିକା ଫେମିନାର କଭର ପେଜରେ ସ୍ଥାନ ପାଇଲା ରାଷ୍ଟ୍ରପତିଙ୍କ ଫଟୋ: ମହାମହିମଙ୍କ ସଂଘର୍ଷ ଓ ସଫଳତା କଥାକୁ ନେଇ ସ୍ୱତନ୍ତ୍ର ଲେଖା ପ୍ରକାଶିତ

198

କନକ ବ୍ୟୁରୋ: ପ୍ରତିଷ୍ଠିତ ତଥା ଲୋକପ୍ରିୟ ପତ୍ରିକା ଫେମିନାର କଭର ପେଜରେ ସ୍ଥାନ ପାଇଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋ । ଅଗଷ୍ଟମାସ ସଂସ୍କରଣରେ ଏହି ପତ୍ରିକାରେ ଏକ ସ୍ୱତନ୍ତ୍ର ଲେଖା ସ୍ଥାନ ପାଇଛି । ଯେଉଁଥିରେ ରାଷ୍ଟ୍ରପତିଙ୍କ ପ୍ରେରଣାଦାୟୀ କଥାକୁ ସ୍ଥାନ ଦିଆଯାଇଛି । ଦେଶର ଜଣାଶୁଣା ମହିଳାଙ୍କୁ ନେଇ ପତ୍ରିକାର ପ୍ରତିମାସ ସଂସ୍କରଣରେ ପ୍ରେରଣାଦାୟୀ କଥା ପ୍ରକାଶିତ ହୁଏ । ଅଗଷ୍ଟମାସ ସଂସ୍କରଣରେ ପାଠକ ରାଷ୍ଟ୍ରପତିଙ୍କ ପ୍ରେରଣାଦାୟୀ କଥା ପଢିବାକୁ ମୌକା ପାଇବୋ ସବୁଠୁ ବଡ କଥା ହେଉଛି ଫେମିନା ପ୍ରଥମ ଥର ପାଇଁ କୌଣସି ରାଷ୍ଟ୍ରପତିଙ୍କ ଫଟୋକୁ ନିଜ କଭର ଫଟୋ କରିବା ସହ ସଂଘର୍ଷର କାହାଣୀକୁ ସ୍ଥାନ ଦିଆଯାଇଛି । । ନିକଟରେ ଟାଇମ୍ସଗ୍ରୁପର ଏମଡି ବିନିତ ଜୈନ ରାଷ୍ଟ୍ରପତିଙ୍କୁ ଭେଟି ପତ୍ରିକାର ପ୍ରଥମ କପି ଉପହାରଭାବେ ଦେଇଥିଲେ ।