ସମସ୍ୟା ଭିତରେ କଳାହାଣ୍ଡିର ତାରାପଦରବାସୀ । ଯିବା ଆସିବାକୁ ନାହିଁ ଭଲ ରାସ୍ତା ପିଇବା ପାଣି ପାଇଁ ଗାଁ ଲୋକଙ୍କ ଥମୁନି ସଂଘର୍ଷ ।

26

କନକ ବ୍ୟୁରୋ: ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିିତ ରହିଛନ୍ତି ଗାଁର ଲୋକମାନେ । ଗାଁକୁ ଭଲ ରାସ୍ତାଟିଏ ନଥିବା ବେଳେ ବିପର୍ଯ୍ୟସ୍ତ ହୋଇପଡିଛି ଶିକ୍ଷା ସ୍ୱାସ୍ଥ୍ୟ । ସବୁଠୁ ବଡ ସମସ୍ୟା ଏବେ ପାଲଟିଛି ପିଇବା ପାଣି । ବଣ ପାହାଡ ଘେରା ଅଞ୍ଚଳ ହେଉଛି କଳାହାଣ୍ଡିର ତାରାପଦର ଗାଁ । ଯେଉଁଠି ରାତିି ପାହିଲେ ଗ୍ରାମବାସୀ କରୁଛନ୍ତି ସଂଘର୍ଷ । ସୀମାନ୍ତ ଗାଁକୁ ଯିବାକୁ ଭଲ ରାସ୍ତା ନାହିଁ । ପାହାଡି ରାସ୍ତା ସହ ଖାଲଖମାରେ ଭର୍ତି ହୋଇଛି ।

ସେହିଭଳି ଗାଁକୁ ବିଦ୍ୟୁତ ଯୋଗାଇବା ନାଁରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ବିଦ୍ୟୁତ ଖୁଣ୍ଟ ଅଣାଯାଇଛି । ହେଲେ ଲୋକମାନେ ବିଜୁଳି ସେବାରୁ ବଞ୍ଚିତ ରହିଛନ୍ତି । ତା ସହିତ ସବୁଠୁ ବଳିପଡିଛି ପିଇବା ପାଣି ସମସ୍ୟା । ଗରା ବାଲଟି ନେଇ ଲୋକେ ଦୂରଦୂରାନ୍ତରକୁ ଯାଉଛନ୍ତି । ପାଖରେ ଦୁଇଟି ନଳକୂଅ ରହିଥିଲେ ବି ଗୋଳିଆ ପାଣି ଯୋଗୁ ପିଇବା ଅନୁପଯୋଗୀ ହୋଇଛି । ଗାଁରେ ପ୍ରାୟ ୭୫ରୁ ଅଧିକ ପରିବାର ରହୁଥିଲେ ବି ଏହି ସବୁ ସମସ୍ୟା ଭିତରେ ଛନ୍ଦି ହୋଇପଡିଛନ୍ତି । ବାରମ୍ବାର ଅଭିଯୋଗ କରୁଛନ୍ତି । ହେଲେ ଏବେ ବି କୌଣସି ସମସ୍ୟାର ସମାଧାନ ହୋଇପାରୁନି ।

ରାତିପାହିଲେ ଗାଁର ମହିଳା ମାନେ ଏକାଠି ହୋଇ ନିକଟରେ ଥିବା ଚୁଆରୁ ପାଣି ସଂଗ୍ରହ କରୁଛନ୍ତି । ଆଉ କିଛି ମହିଳା ଦୂରରୁ ଯାଇ ନାଳରୁ ସଂଗ୍ରହ କରୁଛନ୍ତି ପାଣି । ନିର୍ବାସନ ସମ୍ରରେ ନେତା ଆସଯାଉଛନ୍ତି । ମାଳ ମାଳ ପ୍ରତିଶ୍ରୁତି ଦେଇ ଚାଲିଯାଉଛନ୍ତି । ହେଲେ ସବୁ ପ୍ରତିଶ୍ରୁତି ରହିଯାଉଛି ପ୍ରତିଶ୍ରୁତି ଭିତରେ । ଏହାରି ଭିତରେ ଗାଁର ବିକାଶ ମଧ୍ୟ ହୋଇପାରୁନି । ଲୋକଙ୍କ ଗୋଟିଏ ଜିଦ୍ ନିର୍ବାଚନ ଭିତରେ ସମାଧାନ କର । ନଚେତ୍ ସବୁ ଭୋଟ୍ ବର୍ଜନ କରିବାର ଦେଇଛନ୍ତି ଚେତାବନୀ । ଗାଁରେ ଅନେକ ସମସ୍ୟା ରହିଛି । ହେଲେ ଏପର୍ଯ୍ୟନ୍ତ ଗୋଟିଏ ବି ସମସ୍ୟାର ସମାଧାନ ହୋଇପାରିନି । କେବେ ପ୍ରଶାସନର ନଜର ପଡିବ ତା ଉପରେ ଗ୍ରାମବାସୀଙ୍କ ରହିଛି ନଜର ।