ପର କରିଦେଲେ ପୁଅବୋହୂ, ପରିତ୍ୟକ୍ତ ଘରେ ବିତୁଛି ବୃଦ୍ଧାଙ୍କ ଜୀବନ…

73

କନକ ବ୍ୟୁରୋ: ପର କରିଦେଲେ ପୁଅବୋହୂ । ଗାଁ ମୁଣ୍ଡରେ ଥିବା ପରିତ୍ୟକ୍ତ ଘରେ ବିତୁଛି ବୃଦ୍ଧାଙ୍କ ଜୀବନ । ଏହା ହେଉଛି ଜଣେ ଅଲୋଡା ମାଆଙ୍କ କାହାଣୀ । ବାଙ୍କୀ ଶିଶୁଆ ଗାଁ ବାଲିସାହିର ଦୁଲା ରାଉତଙ୍କୁ ପୁଅ ବୋହୂ ପର କରିବା ପରେ ଗାଁର ପରିତ୍ୟକ୍ତ ଭାଗବତ ଘରେ ରହୁଛନ୍ତି ୮୫ ବର୍ଷୀୟ ବୃଦ୍ଧା ମାଆ । ଦୀର୍ଘ ୬ ମାସରୁ ଉଦ୍ଧ୍ୱର୍ ଦିନ ହେବ ପୁଅ ବୋହୂ ତାଙ୍କୁ ଘରୁ ତଡ଼ି ଦେଇଛନ୍ତି । ତେଣୁ ସେ ଏଠାରେ ରହୁଛନ୍ତି ।

ରନ୍ଧାଖାଦ୍ୟ ମିଳୁ ନଥିବାବେଳେ କେବଳ ଶୁଖିଲା ଖାଦ୍ୟ ଖାଇ ଜୀବନ ଅତିବାହିତ କରୁଛନ୍ତି । ପୁଅ ବୋହୁ ତାଙ୍କୁ ଘରୁ ବାହାର କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ବାସିନ୍ଦା ଏହି ଘଟଣାକୁ ନିନ୍ଦା କରିଛନ୍ତି । ଏବଂ ଖୁବ ଶୀଘ୍ର ବୃଦ୍ଧାଙ୍କୁ ନ୍ୟାୟ ମିଳିବା ପାଇଁ ବାଙ୍କୀ ପ୍ରଶାସନକୁ ନିବେଦନ କରାଯାଇଛି ।