ଦିଲ୍ଲୀ ହିଂସା ଘଟଣା : ଆସନ୍ତା ୩୦ରେ ଉପବାସ ପାଳିବେ ଚାଷୀ । ଦିଲ୍ଲୀ ପୋଲିସକୁ କଲେ କ୍ଷମା ପ୍ରାଥନା

298

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଘଟିଥିବା ହିଂସା କାଣ୍ଡ ନେଇ ଦୁଃଖ ପ୍ରକାଶ କଲେ କୃଷକ ନେତା ଯୁଦ୍ଧବୀର ସିଂ । ସେ ଦିଲ୍ଲୀ ପୁଲିସକୁ କ୍ଷମାପ୍ରାଥନା କରିବା ସହ କହିଛନ୍ତି, ଗଣତନ୍ତ୍ର ଦିବରେ ଯାହା ସବୁ ଘଟିଲା ତାହା ଅତ୍ୟନ୍ତ ଲଜ୍ୟାଜନକ । ଯୁଦ୍ଧବୀର ସିଂ ଏହା ମଧ୍ୟ କହିଛନ୍ତି କି, ମୁଁ ଗାଜିପୁର ବର୍ଡରରେ ଉପସ୍ଥିତ ଥିଲି ଯେତେବେଳେ ଉପଦ୍ରବିମାନେ ବର୍ଡରେ ପ୍ରବେଶ କରିଥିଲେ । ଆଉ ସେଥିରେ ଆମ ଲୋକ ନଥିଲେ ।
ଦିଲ୍ଲୀରେ ଘଟିଥିବା ହିଂସାକୁ ନିନ୍ଦା କରିବା ସହ କୃଷକ ନେତା ଏହା ମଧ୍ୟ କହିଛନ୍ତି କି, ଆମେ ଏହାର ପ୍ରାୟଶ୍ଚିତ କରିବୁ । ଏଥିପାଇଁ ଆସନ୍ତା ୩୦ ତାରିଖରେ ପୂରା ଗୋଟେ ଦିନ ଉପବାସ ପାଳିବୁ । ଦିଲ୍ଲୀ ପୁଲିସ ବି ଆମର ଭାଇ, ଯାହା କିଛି ଘଟିଯାଇଛି ତାକୁ ନେଇ ଆମେ କ୍ଷମା ପ୍ରାର୍ଥନା କରୁଛୁ ।
ସେପଟେ ଏହି ହିଂସାକାଣ୍ଡକୁ ନେଇ ଆକ୍ସନ ମୋଡକୁ ଆସିଛି ଦିଲ୍ଲୀ ପୋଲିସ । ଏପର୍ଯ୍ୟନ୍ତ ୨୦ରୁ ଅଧିକ ମାମଲା ରୁଜୁ କରିସାରିଲାଣି ପୋଲିସ । ଆଗକୁ ତଦନ୍ତ ଜାରି ରଖାଯିବ ବୋଲି ସୂଚନାରୁ ଜଣାପଡିଛି