ସୋନାଲୀ ଫୋଗଟ ମୃତ୍ୟୁ ମାମଲାର ନୂଆ ରହସ୍ୟ । ସୋନାଲୀଙ୍କ ଫାର୍ମ ହାଉସରୁ ଜବତ ହେଲା ଚୋରି ଲାପଟପ୍

131

କନକ ବ୍ୟୁରୋ : ଦିନ ଯେତିକି ଗଡୁଛି ସେତିକି ଫିଟୁଛି ବିଜେପି ନେତ୍ରୀ ସୋନାଲି ଫୋଗଟ ମୃତ୍ୟୁ ମାମଲା । ମୃତ୍ୟୁ ମାମଲାର ଖୋଲତାଡ ପାଇଁ ହରିଆଣା ହିସାରରେ ପହଁଚିଛି ଗୋଆ ପୁଲିସ । ସେପଟେ ହିସାର ଫାର୍ମ ହାଉସରେ ବଡ ଧରଣର ଚୋରି ଅଭିଯୋଗ ଆସିବା ପରେ ହରିଆଣା ପୁଲିସ ସେଠାରେ ପହଁଚି ତନ୍ନ ତନ୍ନ ଯାଂଚ କରୁଛି । ସୋନାଲିଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି କି ଫାର୍ମ ହାଉସରୁ ଲ୍ୟାପଟପ୍, ସିସିଟିଭି କ୍ୟାମେରା, ଡିଜିଟାଲ ଅଡିଓ ରେକର୍ଡର ଓ କିଛି ଦସ୍ତାବିଜ ଚୋରି ହୋଇଛି । ଘଟଣାରେ ସୋନାଲିଙ୍କ ପିଏ ତଥା ଗିରଫ ଅଭିଯୁକ୍ତ ସୁଧୀର ସାଂଗବାନର ଜଣେ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି । ତେବେ ଶିବମ ପାଖରୁ ଲ୍ୟାପଟପ ଜବତ ହେବା ପରେ ନୂଆ ସୁରାକ ତଲାସରେ ପୁଲିସ ।

ସୂଚନା ଥାଉକି ଟିକଟକ ଷ୍ଟାର ତଥା ହରିଆଣାର ବିଜେପି ନେତ୍ରୀ ସୋନାଲୀ ଫୋଗଟଙ୍କ ମୃତଦେହ ଗୋଆର ଏକ ରିସର୍ଟରୁ ଉଦ୍ଧାର ହୋଇଥିଲା । ପ୍ରଥମେ ଏହାକୁ ସ୍ୱଭାବିକ ମୃତ୍ୟୁ ବୋଲି କୁହାଯାଉଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ କିନ୍ତୁ ଅନ୍ୟଦିଗ ପ୍ରତି ସୁରାକ ଦେଇଥିଲା । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏଥିରେ ସୋନାଲିଙ୍କ ବ୍ୟକ୍ତିଗତ ସହାୟକଙ୍କ ସମେତ ରିସୋର୍ଟ ମାଲିକ ଓ ଅନ୍ୟ କିଛି ସହଯୋଗୀଙ୍କୁ ଗିରଫ କରାଯାଇଛି । କୁହାଯାଉଛି କି ରିସୋର୍ଟରେ ଚାଲିଥିବା ପାର୍ଟିରେ ତାଙ୍କୁ ଡ୍ରଗ୍ସ ଦେଇ ହତ୍ୟା କରାଯାଇଛି ।