ବିଧାନସଭାରେ ଉଠିଲା ମହାନଦୀ ପ୍ରସଙ୍ଗ। ଶାସକ-ବିରୋଧୀ ଦୋଷ ଲଦାଲଦି ।

93

କନକ ବ୍ୟୁରୋ: ମହାନଦୀ ପ୍ରସଙ୍ଗକୁ ନେଇ ବେଶ୍ କିଛି ଦିନର ନୀରବତା ପରେ, ପୁଣି ଥରେ ଉଠାଇଛି ଶାସକଦଳ । ବିଧାନସଭାରେ ଶୂନ୍ୟକାଳରେ ଶାସକ ଦଳ ବିଧାୟକ ଦେବୀ ମିଶ୍ର ମହାନଦୀ ପ୍ରସଙ୍ଗ ଉଠାଇ ଉଭୟ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଛନ୍ତି । କହିଛନ୍ତି, ମହାନଦୀର ଜଳ ଉପରେ ଅଢ଼େଇ କୋଟିରୁ ଅଧିକ ଲୋକ ନିର୍ଭରଶୀଳ । କିନ୍ତୁ ଲିନ ପିରିୟଡ ସମୟରେ ଯେତିକି ଜଳ ପ୍ରବାହ କରିବା କଥା କରୁନାହିଁ । ମହାନଦୀ ଶୁଖିଗଲାଣି, ଜଳ ବିବାଦର ସମାଧାନ ହେଉନି । ଏଥିପାଇଁ ଉଭୟ କେନ୍ଦ୍ର ସରକାର ଓ ଛତିଶଗଡ ସରକାରକୁ ଦାୟୀ କରିଛନ୍ତି ଦେବୀ ମିଶ୍ର । ସେହିପରି ରାଜ୍ୟ ସରକାରଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ବିଧାନସଭାରେ ମହାନଦୀ ପ୍ରସଙ୍ଗ ଉଠିବା ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । କହିଛନ୍ତି, ସମସ୍ୟାର ସମାଧାନ ପାଇଁ ଇଚ୍ଛାଶକ୍ତି ଥିବା ଆବଶ୍ୟକ । ଦେଢ଼ ବର୍ଷ ହେଲାଣି ସେ ଜଳଶକ୍ତି ମନ୍ତ୍ରୀ ହେଲେଣି ଏ ନେଇ କେହି ତାଙ୍କ ସହ ଆଲୋଚନା କରିନାହାନ୍ତି । ଏଥିସହ ସହ ସମସ୍ୟାର ସମାଧାନ ପାଇଁ ଟ୍ରିବୁନାଲଙ୍କ ଅବଧିକକୁ ଡିସେମ୍ବର ୨୪ ତାରିଖ ୨୦୨୪ ଯାଏଁ ବୃଦ୍ଧି କରାଯାଇଛି ବୋଲି କହିଛନ୍ତି ।

ମାର୍ଚ୍ଚ ମାସରୁ ନଦୀ ଶୁଖିଲା ପଡିଥିଲାବେଳେ, ବିଶ୍ୱ ଜଳଦିବସରେ ନିଆରା ଢ଼ଙ୍ଗରେ ଦାବି ଜଣାଇଛନ୍ତି ସୁଦର୍ଶନ ଦାସ । ନଦୀ ଓ ଜଳାଶୟ ଗୁଡିକର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି ।