ବିବାହ କଲେ ବୈଜ୍ଞାନିକ ଶେଷ କିଶାନ, ଜର୍ମାନୀରେ ଗବେଷଣା କରି ସୃଷ୍ଟି କରିଛନ୍ତି ସ୍ୱତନ୍ତ୍ର ପରିଚୟ।

210

କନକ ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧିହେଲେ ଯୁବ ବୈଜ୍ଞାନିକ ଶେଷ କିସାନ । ବାଲିଆପାଳର ଝିଅ ଜୟଶ୍ରୀଙ୍କୁ ସେ ବିବାହ କରିଛନ୍ତି ଶେଷ । ବାଜା ବାଣ ରୋଷଣୀରେ ବରବେଶରେ ଯାଇ ଜୟଶ୍ରୀଙ୍କୁ ବିବାହ କରିଛନ୍ତି ଜର୍ମାନୀ ବୈଜ୍ଞାନିକ । ବେଶ ଧୂମଧାମରେ ତାଙ୍କର ବାହାଘର ହୋଇଛି । ବାପା ମା’ଙ୍କୁ ହରାଇବା ପରେ ବେଶ ଦୁଃଖ କଷ୍ଟରେ ପାଠ ପଢିଛନ୍ତି ଶେଷ । ଶେଷଙ୍କ ଜୀବନ କହାଣୀ ବେଶ ପ୍ରେରଣାଦାୟୀ । ଅନ୍ୟମାନଙ୍କ ପାଇଁ ଶେଷଙ୍କ ଜୀବନୀ ଉଦାହରଣ ।

ଦିନେ ଜଙ୍ଗଲରୁ କାଠ ହାଣି, ଗାଇ ଚରାଇ ମଣିଷ ହୋଇଥିବା ଶେଷ ଜଣେ ବୈଜ୍ଞାନିକ ଭାବେ ପରିଚ ସୃଷ୍ଟି କରିଛନ୍ତି । ଜର୍ମାନରେ ବୈଜ୍ଞାନିକ ଭାବେ କାମ କରିବା ପରେ ଗାଁକୁ ଫେରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହାସହ ଛୋଟ ଛୋଟ ପିଲାଙ୍କ ପାଠ ପଢିବା ପାଇଁ ବ୍ୟବସ୍ଥା କରିଛନ୍ତି ।