ଖୋର୍ଦ୍ଧାରେ ‘ଦ କେରଳ ଷ୍ଟୋରୀ’ର ସତ କାହାଣୀ : ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ବାଧ୍ୟ କରି ଧର୍ମ ପରିବର୍ତ୍ତନ ଅଭିଯୋଗ; ରାଜି ନହେବାରୁ …

794

କନକ ବ୍ୟୁରୋ : ଖୋର୍ଦ୍ଧାରେ ଦେଖିବାକୁ ମିଳିଛି ‘ଦ କେରଳ ଷ୍ଟୋରୀ’ର ସତ କାହାଣୀ । ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଧର୍ମ ପରିବର୍ତନ କରିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି । ଧର୍ମ ପରିବର୍ତ୍ତନ କରିବାକୁ ରାଜି ନହେବାରୁ ଯୁବତୀଙ୍କୁ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ କରିଦେବାକୁ ଧମକ ଦିଆଯାଉଛି । ବାଧ୍ୟ କରି ଗୋରୁ ମାଂସ ଖୁଆଇବା ସହ ମୁସଲିମ ଧର୍ମକୁ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଉଥିବା ନେଇ ଅଭିଯୋଗ ହୋଇଛି ।

ଏପରିକି ଧର୍ମ ପରିବର୍ତ୍ତନ ନକଲେ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପୀଡିତା । ଖୋର୍ଦ୍ଧାରେ ଘଟିଥିବା ଏହି ଘଟଣାକୁ ନେଇ ରାଜଧାନୀରେ ବିକ୍ଷୋଭ ପଦର୍ଶନ କରାଯାଇଛି । ଲଭ ଜିହାଦ ଅଭିଯୋଗରେ ରାଜଧାନୀରେ ଯୁବପିଢି ପ୍ରତିବାଦ କରିଛନ୍ତି । ଅଭିଯୋଗ ମୁତାବକ, ଅଭିଯୁକ୍ତ ଅଲିମଊଦ୍ଦିନ୍ ଶାହା ନାମକ ଜଣେ ବ୍ୟକ୍ତି ଯୁକ୍ତ ୨ ବାଣିଜ୍ୟରେ ପଢୁଥିବା ଜଣେ ଯୁବତୀଙ୍କୁ ମିଥ୍ୟ ପ୍ରଲୋଭନ ନେଇ ପ୍ରେମ ଜାଲରେ ଫସାଇଥିଲେ ।

ପରେ ସମ୍ପର୍କ ନିବିଡ ହେବାରୁ ଯବତୀଙ୍କୁ ବୁଲାଇନେବାକୁ ଭୁବନେଶ୍ୱର ଆଣିଥିଲେ ଅଭିଯୁକ୍ତ । ଏଠାରେ ତାଙ୍କୁ ରାତ୍ରୀଯାପନ କରିବାକୁ ବାଧ୍ୟ କରିଥିଲା ପ୍ରେମିକ । ପରେ ତାଙ୍କୁ ଗୋରୁ ମାଂସ ଖାଇବାକୁ ବାଧ୍ୟ କରିଥିବା ନେଇ ଅଭିଯୋଗ କରିଛନ୍ତି ଯୁବତୀ । ଧର୍ମ ପରିବର୍ତ୍ତନ ନକଲେ ଅନ୍ୟ ଯୁବତୀଙ୍କ ବିବାହ କରିବେ ବୋଲି କହିଥିଲେ ଅଭିଯୁକ୍ତ । ଏଥିରେ ଯୁବତୀ ରାଜି ନହେବାରୁ ରାତିରେ ତାଙ୍କ ସହ ବିତାଇଥିବା ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ କରିଦେବାକୁ ଅଭିଯୁକ୍ତ ଧମକ ଦେଇଥିଲା । ପରେ ଯୁବତୀ ଜଣଙ୍କ ଏନେଇ ଥାନରେ ଅଭିଯୋଗ କରିଛନ୍ତି ।