କାଳ ସାଜିଲା କାଳବୈଶାଖୀ : ବଜ୍ରପାତରେ ୨୧ ଗୋରୁ, ୩ ଛେଳିଙ୍କ ମୃତ୍ୟୁ; ୬ ଗୁରୁତର ଗାଇଚରାଳି ହସ୍ପିଟାଲରେ ଭର୍ତ୍ତି

606

କନକ ବ୍ୟୁରୋ : ବଜ୍ରପାତରେ ଚାଲିଗଲା ୨୧ ଗୋରୁଙ୍କ ସହ ୩ ଛେଳିଙ୍କ ଜୀବନ । ଅଳ୍ପକେ ବର୍ତ୍ତିଲେ ୬ ଗୋରୁ ଚରାଳି । ବଜ୍ରପାତ ଆଘାତରେ ଗୋରୁଚରାଳିମାନେ ଗରୁତର ହୋଇପଡିଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ରାଙ୍ଗିନିଗୁଡା ଗାଁରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତବାକ, ଗତକାଲି ଗୋରୁଚଳାଳି ମାନେ ଗାଇ, ଛେଳି ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ କାଳବୈଶାଖୀ ବର୍ଷା ସହ ବିଜୁଳି, ଘଡଘଡି ମାରିଥିଲେ । ବଜ୍ରାପାତରେ ୨୧ ଗୋରୁ ଏବଂ ୩ ଛେଳିଙ୍କ ମୃତ୍ୟୁ ହୋଇଥିଲା । ପାଖରେ ଥିବା ଗୋରୁ ଚରାଳିମାନେ ବି ଗୁରୁତର ହୋଇ ପଡିଥିଲେ ।