କନକ ବ୍ୟୁରୋ: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏହି ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ସେହିପରି ସୂର୍ଯ୍ୟକୁମାର ଯାଦବଙ୍କୁ ଉପ ଅଦିନାୟକ ଭାବେ ଚୟନ କରାଯାଇଛି । ଏହି ସିରିଜରେ ଯଶସ୍ୱୀ ଜୟସ୍ୱାଲ, ତିଲକ ବର୍ମାଙ୍କୁ ସୁଯୋଗ ମିଳିଛି । ଅନ୍ୟପଟେ କୁଲଦୀପ ଯାଦବ ଦଳକୁ ଫେରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଯୁବ ଭାରତୀୟ ଟିମକୁ ନେଇ ମୈଦାନକୁ ଓହ୍ଲାଇବ ଭାରତ । ଅଗଷ୍ଟ ୩ ତାରିଖରୁ ଆରମ୍ଭ ହେବ ୫ଟିକିଆ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ । ତେବେ ଆଇପିଏଲରେ ଭଲ ପ୍ରଦର୍ଶନ ପରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଯୁବ ବାହିନୀ କେତେ ଭଲ ପ୍ରଦର୍ଶନ କରୁଛି ତାହା ଦେଖିବା ବାକି ରହିଲା ।
Alert🚨: #TeamIndia‘s squad for T20I series against the West Indies announced. https://t.co/AGs92S3tcz
— BCCI (@BCCI) July 5, 2023
ଭାରତୀୟ ଟିମ
ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଇଶାନ କିଷାନ, ଶୁଭମନ୍ ଗିଲ, ଯଶସ୍ୱୀ ଜୟସୱାଲ, ତିଲକ ବର୍ମା, ସଞ୍ଜୁ ସାମସନ୍, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ଉମରାନ୍ ମଲ୍ଲିକ, ଆଭେଶ ଖାନ୍, ମୁକେଶ କୁମାର