ଦିଲ୍ଲୀ ତିସ୍ ହଜାରୀ କୋର୍ଟ ପରିସରରେ ଫୁଟିଲା ଗୁଳି । ଉଗ୍ର ରୂପ ନେଲା ଦୁଇ ଓକିଲ ଗୋଷ୍ଠୀଙ୍କ କଳି

359

କନକ ବ୍ୟୁରୋ : ଦିଲ୍ଲୀ ତିସ୍ ହଜାରୀ କୋର୍ଟ ପରିସରରେ ଆଜି ଲଙ୍କାକାଣ୍ଡ ହୋଇଛି । ଓକିଲମାନଙ୍କ ଦୁଇଗୋଷ୍ଠୀ ମଧ୍ୟରେ କଳି ଏବେ ବିବାଦ ଭିତରକୁ ଚାଲିଯାଇଥିଲା କି କୋର୍ଟ ପରିସରରେ ଦିନ ଦ୍ୱିପ୍ରହରେ ଗୁଳି ଚଳାଇଥିଲେ ଗୋଟିଏ ଗୋଷ୍ଠୀ । ଦୁଇ ଓକିଲ ଗୋଷ୍ଠୀ ମଧ୍ୟରେ କୈାଣସି କଥାକୁ ନେଇ ପାଟିତୁଣ୍ଡ ହେବା ପରେ ଏହା ଭୟଙ୍କର ରୂପ ନେଇଛି । ଶିକ୍ଷିତ ଓକିଲମାନେ କିପରି ଅସାମଜିକ ବ୍ୟକ୍ତିଙ୍କ ପରି କୋର୍ଟ ପରିସରରେ ଗୁଳିଚାଳନା କରିଛନ୍ତି । ଏହି ଘଟଣାରେ ସୋଭାଗ୍ୟବଶତଃ କେହି ଆହତ ହୋଇନଥିବା ପୁଲିସ ପକ୍ଷରୁ ସୂଚନା ରହିଛି । ଘଟଣାସ୍ଥଳରେ ପୁଲିସ ପହଁଚି ଅଧିକ ତଦନ୍ତ ଚଳାଇଛି ।