ଆସିଲା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍। ସଡକ ଓ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ୧୪,୪୫୪ କୋଟି। 

103

କନକ ବ୍ୟୁରୋ : ଆସିଲା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ । ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଚଳିତ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟର ପରିମାଣ ୨ ଲକ୍ଷ କୋଟି ହୋଇଥିବା ହୋଇଥିବାବେଳେ ସଡକ ଓ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ୧୪,୪୫୪ କୋଟିର ବ୍ୟୟବରାଦ ହୋଇଛି । ବଜେଟରେ ଗମନାଗମନକୁ ଗୁରୁତ୍ୱ ଦିଆଯାଇଛି ।

-ରାଜ୍ୟ ବଜେଟରେ ଗମନାଗମନକୁ ଗୁରୁତ୍ୱ

-ସଡକ ଓ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ୧୪,୪୫୪ କୋଟି

-ରାସ୍ତାର ରକ୍ଷଣାବେକ୍ଷଣ ପାଇଁ ୨୯୭୦ କୋଟି

-ପୂର୍ତ୍ତ ବିଭାଗ ପାଇଁ ଖର୍ଚ୍ଚ ହେବ ୮୩୮୩ କୋଟି

-ସଡକ ବିକାଶ କାର୍ଯ୍ୟକ୍ରମ ଅଧୀନରେ ଖର୍ଚ୍ଚ ହେବ ୨୫୪୫ କୋଟି

-ସଡକ, ସେତୁ ନିର୍ମାଣ ଓ ଉନ୍ନତିକରଣ – ୭ ଶହ କୋଟି

-ରାଜ୍ୟ ରାଜପଥ ବିକାଶ ପ୍ରକଳ୍ପ- ୩୦ କୋଟି ଟଙ୍କା

-ବିଜୁ ସେତୁ ଯୋଜନା – ୧୬୮୮ କୋଟି ଟଙ୍କା

-୨୦୨୨-୨୩ରେ ୨୮୧ଟି ସେତୁ ନିର୍ମାଣ ଲକ୍ଷ୍ୟ

-ଗ୍ରାମ୍ୟ ସଡକ ଓ ସେତୁ ପ୍ରକଳ୍ପ -୨୨୦ କୋଟି

-ରାଉରକେଲା, ଜୟପୁର, ଝାରସୁଗୁଡା ଏୟାରପୋର୍ଟ – ୩୨୫ କୋଟି

-ରେଳପ୍ରକଳ୍ପର ବିକାଶ ପାଇଁ ୫୪୭ କୋଟି

-ବ୍ଲକସ୍ତରୀୟ ବସଷ୍ଟାଣ୍ଡ ନିର୍ମାଣ ପାଇଁ ୨୫ କୋଟି