ମେ ୧୩ ରେ କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ପଡ଼ିବ ଭୋଟ । ପୋଷ୍ଟାଲ ବାଲାଟ ଯୋଗେ ଭୋଟ ଦେଇଛନ୍ତି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ।

47

କନକ ବ୍ୟୁରୋ: ମେ ୧୩ ତାରିଖରେ କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ପଡ଼ିବ ଭୋଟ । ଏହା ପୂର୍ବରୁ ପୋଷ୍ଟାଲ ବାଲାଟ ଯୋଗେ ଭୋଟ ଦେଇଛନ୍ତି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ । ନିର୍ବାଚନ କମିଶନଙ୍କ ନିର୍ଦେଶ ଅନୁସାରେ ପ୍ରଥମ ଥର ପାଇଁ ଦିବ୍ୟାଙ୍ଗ ଓ ୮୦ ବର୍ଷ ବୟସରୁ ଅଧିକ ବରିଷ୍ଠ ନାଗରିକଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଛି । ଏବେ ଘରେ ରହି ନିଜର ମତଦାନ ସାବ୍ୟସ୍ତ କରିପାରିଛନ୍ତି ଏହି ବ୍ୟକ୍ତିମାନେ । ନିର୍ବାଚନ ଅଧିକାରୀମାନେ ଘରଘର ବୁଲି ସେମାନଙ୍କୁ ଭୋଟ ଦେବାରେ ସହଯୋଗ କରିଛନ୍ତି । ଏଭଳି ସୁବିଧା କରାଯାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ।