ନବରଙ୍ଗପୁର ରାଇଘରରେ ସିଆରପିଏଫ୍ ଯବାନଙ୍କ ଗୁଳିମାଡରେ ନାବାଳକ ଗୁରୁତର । ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର ।

213

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ସିଆରପିଏଫ୍ ଯବାନଙ୍କ ଗୁଳିରେ ନାବାଳକ ଗୁରୁତର । ପରିବାର ଲୋକଙ୍କୁ ନଜଣାଇ ନାବାଳକଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର । ସେହିପରି ଉକ୍ତ ନାବାଳକଙ୍କ ସାଙ୍ଗସାଥୀଙ୍କୁ ମଧ୍ୟ ଯବାନ ଅଟକ ରଖିଥିବା ସୂଚନା ମିଳିଛି । କେବଳ ସେତିକି ନୁହେଁ ନକ୍ସଲଙ୍କ ସହଯୋଗୀ ସନ୍ଦେହ କରି ଗାଁର କିଛି ଲୋକଙ୍କୁ ମଧ୍ୟ ଅଟକ ରଖାଯାଇଥିବା ସୂଚନା ରହିଛି ।