ଚୋରି କଲେ ସ୍ୱାମୀ,ସ୍ତ୍ରୀ । ଗାର୍ମେଣ୍ଟ ଦୋକାନରେ ସେଲ୍ସମାନଙ୍କୁ କଥାରେ ବ୍ୟସ୍ତ ରଖିଥିଲା ସ୍ତ୍ରୀ, କାଉଣ୍ଟରରୁ ଟଙ୍କା ଚୋରି କଲା ସ୍ୱାମୀ ।

387

କନକ ବ୍ୟୁରୋ: ସ୍ୱାମୀ ଏକ ନମ୍ବରକୁ ସ୍ତ୍ରୀ ଦଶ ନମ୍ବରୀ । ଦାମୀ କାରରେ ଆସିଲେ, ଆଖି ପିଛୁଳାକେ ଲୁଟିନେଲେ । ହିନ୍ଦିରେ କଥା ହେଉଥିବା ଏହି ଦମ୍ପତ୍ତିଙ୍କ ଏଭଳି କାରନାମା ଏବେ ଚର୍ଚ୍ଚାରେ । ଘଟଣା ଘଟିଛି ଭୁବନେଶ୍ୱର ବଡ଼ଗଡ଼ ଥାନା ଲୁଇସ୍ ରୋଡରେ । ଲୁଇସ୍ ରୋଡରେ ଥିବା ଏକ ଗାର୍ମେଣ୍ଟ ଦୋକାନରେ ଏଭଳି ଚୋରି ହୋଇଛି । ସ୍ୱାମୀ ଓ ସ୍ତ୍ରୀ ଏକ ଧଳା ରଙ୍ଗର କାରରେ ଆସୁଛନ୍ତି । ଦୋକାନ ଭିତରକୁ ପ୍ରବେଶ କରୁଛନ୍ତି । ସ୍ତ୍ରୀ ସେଲ୍ସମ୍ୟାନକୁ ଡାକି କିଛି କିଣିବା ପାଇଁ ମାଗୁଛନ୍ତି । ସେଲ୍ସମ୍ୟାନ ଟିକିଏ ସାଇଡ୍ ହୋଇଯିବା ବେଳେ ସ୍ୱାମୀ କାଉଣ୍ଟର ଖୋଲି ଲୁଟ୍ କରି ନେଉଛନ୍ତି । ସିସିଟିଭି ଯାଞ୍ଚ ପରେ ଏଭଳି ଚିତ୍ର ସାମ୍ନାକୁ ଆସିଛି । ବଡ଼ଗଡ଼ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବ୍ୟବସାୟୀ ।